ମୈଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଲଦି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ ବଦଳି ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଗତକାଲିଠାରୁ ବିଦ୍ୟାଳୟ ଗେଟରେ ତାଲା ମାରି ଫେରାଇ ଆଣିବାକୁ ଦାବି କରିଥିଲେ। ଏଥିରେ ସାମିଲ ଥିଲେ ଅଭିବାବକ ଓ ଗ୍ରାମବାସୀ।
ଆଜି ଅତ୍ୟଧିକ ବର୍ଷା ହେବା ପରେ ମଧ୍ୟ ପଲିଥିନ ବାନ୍ଧି ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। କିନ୍ତୁ ଆଜି ଅପରାହ୍ଣ ୧୨ଟାରେ ପାପଡ଼ାହାଣ୍ଡି ଶିକ୍ଷା ବିଭାଗ ପକ୍ଷରୁ ଏବିଇଓ ସୁଦର୍ଶନ ନାୟକ ଯାଇ ସମସ୍ତଙ୍କୁ ବୁଝାସୁଝା କରିବା ପରେ ଧରଣାରୁ ଓହରିଥିଲେ ଛାତ୍ରଛାତ୍ରୀ। ବର୍ତ୍ତମାନ ଯେଉଁ ଶିକ୍ଷକଙ୍କୁ ବଦଳି କରାଯାଇଛି ସେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ତଦନ୍ତ ହେବା ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ରହିବେ ବୋଲି କହିବାର ସୂଚନା ମିଳିଛି।
ସୂଚନା ଥାଉକି ଗତକାଲି ଠାରୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଯୀଶୁ ହରିଜନଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ଛାତ୍ରଛାତ୍ରୀମାନେ ତଥା ଗ୍ରାମବାସୀ ସମସ୍ତେ ମିଶି ଫେରାଇ ଆଣିବାକୁ ଗେଟରେ ତାଲା ଦେଇ ପ୍ରତିବାଦ ସ୍ୱରୂପ ଧାରଣାରେ ବସିଥିଲେ। ବଦଳି ହୋଇଥିବା ଶିକ୍ଷକ ଯୀଶୁ ହରିଜନ ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ତାଲା ରହିବ ବୋଲି ଚେତାବନୀ ଦେଇଥିଲେ। କିନ୍ତୁ ଆଜି ବିଭାଗ ପକ୍ଷରୁ ଉକ୍ତ ବିଦ୍ୟାଳୟକୁ ଯାଇ ସମାଧାନ କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଧାରଣାରେ ଉଠି ଛାତ୍ରଛାତ୍ରୀ ବିଦ୍ୟାଳୟରେ ବସିଥିବା ଜଣାପଡ଼ିଛି।
Nabarangpur | Education
Follow Us