ଦେହରେ ନିଆଁ ଲଗାଇ ନାବାଳିକାଙ୍କ ଆତ୍ମହତ୍ୟା

Advertisment
ଦେହରେ ନିଆଁ ଲଗାଇ ନାବାଳିକାଙ୍କ ଆତ୍ମହତ୍ୟା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଗ୍ରାମର କୀର୍ତ୍ତନ ମାଝୀଙ୍କ ଝିଅ ରିଙ୍କି ମାଝୀ (୧୩) ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରିଙ୍କି ଏବେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଆଜି ସକାଳେ ପ୍ରାତଃଭ୍ରମଣ ସାରି ଘରକୁ ଫେରିଥିଲେ। ଏହା ପରେ ଶୌଚ ହେବା ପାଇଁ ଏକ ବାଲଟି ଧରି ବାହାରକୁ ଯାଉଥିବା କହି ଘର ପଛପଟ ମକା ଜମି ନିକଟରେ ନିଜ ଦେହରେ କିରୋସିନି ଢାଳି ଦେଇ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡ଼ିଛି।
ନିଆଁ ଲାଗିବା ଦେଖି ନିକଟରେ ଥିବା ଜଣେ ଛୋଟ ଛୁଆ ପାଟି କରିବାରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ରିଙ୍କିଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେl କିନ୍ତୁ ସେତେବେଳକୁ ରିଙ୍କିଙ୍କ ଶରୀରର ୮୦ ଭାଗ ପୋଡ଼ି ଯାଇଥିଲା l କିଛି ସମୟ ମଧ୍ୟରେ ହିଁ ତାର ପ୍ରାଣବାୟୁ ଚାଲି ଯାଇଥିଲା। ରିଙ୍କି ମାଝୀଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe