ଉମରକୋଟ: ଜଣେ ୧୩ ବର୍ଷ ବୟସର ଛାତ୍ର ମୃତ୍ୟୁ ହେଇ ୧୨ ଘଣ୍ଟାରୁ ଊର୍ଦ୍ଧ୍ବ ହେଲାଣି। କିନ୍ତୁ ମଶାଣିରେ ଶବଦାହ ପାଇଁ ମିଳୁ ନାହିଁ ଜାଗା। ଏପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ କୋପେନା ଗ୍ରାମରେ। ଶବକୁ ମିଳୁନାହିଁ ଶ୍ମଶାନ। କୋପେନା ଗ୍ରାମର ଜଣାଶୁଣା ବ୍ୟକ୍ତି ଟୁନା ସାନ୍ତାଙ୍କ ୧୩ ବର୍ଷ ବୟସର ସପ୍ତମ ଶ୍ରେଣୀରେରେ ପାଠ ପଢ଼ଥିବା ପୁଅ ଇସ୍ମାଇଲ ଶାନ୍ତ। ଏକ ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ହେଇ ଆଜି ଭୋରରୁ କୋପେନା ଗ୍ରାମରେ ମୃତ୍ୟୁ ବରଣ କରିଥିଲେ।
ତେବେ ଏହି ଗ୍ରାମରେ ଧର୍ମାନ୍ତରିକାରଣକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବ୍ୟାପକ ଅସନ୍ତୋଷ ଲାଗି ରହିଛି। ଗ୍ରାମର ଆଦିବାସୀଙ୍କ ଅଭିଯୋଗ ହେଲା ଏହି ଗ୍ରାମରେ ରହିଥିବା ପ୍ରାୟ ୧୦୦ ପରିବାରରୁ ୩୦ ସାନ୍ତା ପରିବାର ଧର୍ମ ପରିତ୍ୟାଗ କରି ଅନ୍ୟ ଧର୍ମକୁ ଅବଲମ୍ବନ କରିଛନ୍ତି। ଏପରିକି ଠିକ୍ ୧୮ ଦିନ ତଳେ ଗାଁରେ ଥିବା ମାଟି ଦେବତା ମନ୍ଦିରରେ ଏକ ୭ ଦିନିଆ ଯଜ୍ଞ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ନିକଟରେ ଥିବା ଚର୍ଚ୍ଚ ନଘୁଞ୍ଚିବା ପର୍ଯ୍ୟନ୍ତ ଯଜ୍ଞ ହେଇ ପାରିବ ନାହିଁ ବୋଲି ଜଣେ ବାବା କହିବା ପରେ ଉତ୍ତେଜନା ଆହୁରି ବଢ଼ି ଯାଇଥିଲା।
ପ୍ରଶାସନର ତତକ୍ଷଣାତ୍ ପଦକ୍ଷେପ ଯୋଗୁଁ ଶାନ୍ତି କମିଟି କରି ଉତେଜନା ପରିସ୍ଥିତିକୁ ସାମୟିକ ଭାବେ ଶାନ୍ତ କରିବାରେ ସଫଳ ହେଇ ଥିଲେ। ସେହି ଦିନ ଠାରୁ କୋପେନା ଗ୍ରାମ ରେ ପୋଲିସ ମୃତୟନ କରାଯାଇଛି। ତେବେ ଶାନ୍ତା ପରିବାର ପକ୍ଷରୁ ଏକ ଧର୍ମାନୁଷ୍ଠାନ ସ୍ଥାନାନ୍ତରକୁ ନେଇ ୧୫ ଦିନ ସମୟ ମାଗିଥିଲେହେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
ତେବେ ଆଜି ପରିସ୍ଥିତି ଯେତେ ବେଳେ ମୃତ ଛାତ୍ରର ମୃତ ଶରୀରକୁ ପୋତିବାକୁ ନେଇ ଗ୍ରାମବାସୀ ବିରୋଧ କରି କହିଲେ ତୁମେ ଗାଁ ଏହି ଗାଁରେ ଶବ ପୋତି ପାରିବ ନାହିଁ। ଏପରିକି ମାଟି ଖୋଳୁ ଥିବା ବ୍ୟକ୍ତି ଠାରୁ କୋଡ଼ିକି ଗଈନ୍ତି ଇତ୍ୟାଦି ଛଡାଇ ଫିଙ୍ଗି ଦେଇଥିଲେ। ଖବର ପାଇଁ ଉମରକୋଟ ତହସିଲଦାର ମେଗବାନ ବାଗ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ, ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ କୁମାର ସେନ, ସରପଞ୍ଚ ପର୍ସୁ ଗଣ୍ଡ, ପୁଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର, ଆଇଆଇସି ବିପିନ କୁମାର ବାଗ, ରାଇଘର, ଝରିଗାଁ, କୁନ୍ଦେଇ, ଇତ୍ୟାଦି ଥାନାର ଆଇଆଇସି ଓ ପୁଲିସ ଫୋର୍ସ କୋପେନାରେ ପହଞ୍ଚି ଲୋକଙ୍କୁ ବୁଝାସୁଝ। କରିବା ପରେ ବି ଗାଁ ଲୋକେ କଥା ଶୁଣି ନ ଥିଲେ।
ଆହୁରି ପଢ଼ନ୍ତୁ: Attack: ମଧ୍ୟରାତ୍ରିରେ ଢ଼ାବା ମାଲିକ, କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ
ଗ୍ରାମବାସୀଙ୍କ କହିବା ହେଲା ଏହି ଗ୍ରାମର ମୌଜାରେ ପୋତିବାକୁ ଦେବୁନି। ପୁଲିସର ସୁରକ୍ଷାରେ ପରିବାର ଲୋକେ ଟୁନା ଶାନ୍ତାଙ୍କ ନିଜ ପଟ। ଜମିରେ ପୁଅର ସବକୁ ପୋତିବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ସମ୍ଭବ ହେଇ ପାରିଲା ନାହିଁ। ଶେଷ ସୂଚନା ଅନୁସାରେ ପରିବାର ଲୋକେ ନିର୍ଦ୍ଦିଷ୍ଟ ଧର୍ମକୁ ଛାଡି ହିନ୍ଦୁ ଧର୍ମରେ ନ ମିଶିବା ପର୍ଯ୍ୟନ୍ତ ସବ ପୋତିବା ପାଇଁ ଦେବୁନି ବୋଲି ଜିଦ୍ରେ ଅଟଳ ରହିଛନ୍ତି ଗ୍ରାମବାସୀ। କୋପେନା ଗାଆଁରେ ସକାଳୁ କାହା ଘରେ ଚୁଲି ଜଳି ନାହିଁ। ସମସ୍ତେ ଭୋକିଲା ଅଛନ୍ତି। ତୁରନ୍ତ ଗ୍ରାମରୁ ଶବକୁ ନେଇ ଯିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି। ତେବେ ଏହି ଖବର ଲେଖା ଯିବା ବେଳକୁ କୌଣସି ସମାଧାନର ବାଟ ବାହାରି ପାରି ନାହିଁ। ଶବଟି ବର୍ତ୍ତମାନ ସୁଦ୍ଧା ଟୁନା ଶାନ୍ତାଙ୍କ ଜମିରେ ପଡ଼ି ରହିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୁଲିସ ଛାଉଣୀରେ ପରିଣିତ ହେଇ ଯାଇଛି।
Follow Us