Advertisment

Neglect: ପକ୍କା ରାସ୍ତା ଓ ବିଦ୍ୟୁତ ନଥିବା ଗ୍ରାମ ତେନ୍ତୁଳିପଡ଼ା

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଡା ଗ୍ରାମ ସ୍ଥାପନର ୪୫ ବର୍ଷ ପରେ ମଧ୍ୟ ବିଭିନ୍ନ ସମସ୍ୟା ରହିଛି। ଝରିଗାଁ ବ୍ଳଜ ଠାରୁ ୭ କିଲୋମିଟର ଦୂରରେ ଥିବା ବେଳେ ପଞ୍ଚାୟତ ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଡା ଗ୍ରାମ ସ୍ଥାପନର ୪୫ ବର୍ଷ ପରେ ମଧ୍ୟ ବିଭିନ୍ନ ସମସ୍ୟା ରହିଛି। ଝରିଗାଁ ବ୍ଳଜ ଠାରୁ ୭ କିଲୋମିଟର ଦୂରରେ ଥିବା ବେଳେ ପଞ୍ଚାୟତ ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ।

Untitled-11.jpg

ଝରିଗାଁ (ରମେଶ ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଡା ଗ୍ରାମ ସ୍ଥାପନର ୪୫ ବର୍ଷ ପରେ ମଧ୍ୟ ବିଭିନ୍ନ ସମସ୍ୟା ରହିଛି। ଝରିଗାଁ ବ୍ଳଜ ଠାରୁ ୭ କିଲୋମିଟର ଦୂରରେ ଥିବା ବେଳେ ପଞ୍ଚାୟତ ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ। ଉକ୍ତ ଗ୍ରାମରେ ପ୍ରାୟ ୧୫ ପରିବାର ରହୁଥିବା ବେଳେ ସମସ୍ତେ ପ୍ରାୟ ଚାଷ ଉପରେ ନିର୍ଭର କରୁଛନ୍ତି। 

ପ୍ରଶାସନ ପକ୍ଷରୁ ରେଖାମାଲ ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇ ଥିବା ବେଳେ ରେଖାମାଲ ଗ୍ରାମ ଠାରୁ ପ୍ରାୟ ୩ ଶହ ମିଟର ଦୂର ତେନ୍ତୁଳିପଡା ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇ ନାହିଁ। ଫଳରେ ଗ୍ରାମବାସୀଙ୍କୁ ବର୍ଷା ଦିନ ଗୁଡିକରେ ଯାତାୟତରେ ସମସ୍ୟା ହେଉଛି। ବର୍ଷା ଦିନ ରାସ୍ତାରେ କାଦୁଅ ଓ ଚିକିଟା ମାଟି ଯୋଗୁଁ ଆମ୍ବୁଲାନ୍ସ ଯାତାୟତ ହେଉ ନାହିଁ। ତେଣୁ ଗ୍ରାମବାସୀଙ୍କୁ ଜରୁରୀ ସମୟରେ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆ ନଚେତ୍‌ ଭାରରେ ବୋହି ରେଖାମାଲ ପର୍ଯ୍ୟନ୍ତ ନେବାକୁ ପଡ଼ିଥାଏ। 

WhatsApp Image 2026-02-22 at 14.35.51

ସେହିଭଳି ରେଖାମାଲ ଗ୍ରାମରେ ପ୍ରଶାସନ ପକ୍ଷରୁ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ୩ ଶହ ମିଟର ଦୂରରେ ଥିବା ତେନ୍ତୁଳିପଡ଼ା ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇନାହିଁ। ବିଦ୍ୟୁତ ସଂଯୋଗ ହୋଇ ନଥିବା ଯୋଗୁଁ ଗ୍ରାମର ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ସମସ୍ୟା ଦେଖା ଦେଇଛି। ଛାତ୍ରଛାତ୍ରୀମାନଙ୍କୁ ଡିବିରି ଆଲୁଅ ଭରସା। ବିଦ୍ୟୁତ ନଥିବା ଯୋଗୁଁ ଭାଲୁ ଓ ସରୀସୃପ ପ୍ରାଣୀଙ୍କ ଭୟରେ ସନ୍ଧ୍ୟା ହେଲେ ଗ୍ରାମରେ ତାଟି କବାଟ ବନ୍ଦ ହୋଇଯାଏ। ଗ୍ରାମରେ ପ୍ରଶାସନ ପକ୍ଷରୁ ଏକ ମାତ୍ର ନଳକୂପ ଥିବା ବେଳେ ଖରା ଦିନ ଗୁଡିକରେ ନଳକୂପରୁ ଯଥେଷ୍ଟ ପାଣି ବାହାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ହାଣ୍ଡିଏ ପାଣି ପାଇଁ ଭୋର ସକାଳୁ ଉଠି ନଳକୂପରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ପଡୁଛି।ନଲକୂପରେ ଭିଡ଼ ହେଲେ ୩ ଶହ ମିଟର ଦୂରରେ ଥିବା ଢ଼େଫଗୁଡ଼ା ଛକ ନିକଟରେ ନଳକୂପ ଉପରେ ନିର୍ଭର କରୁଛନ୍ତି।

ଆହୁରି ପଢ଼ନ୍ତୁ: Earthquake Nepal: ନେପାଳରେ ଭୟଙ୍କର ଭୂମିକମ୍ପ, ଥରିଉଠିଲା ଘରଦ୍ବାର

ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ୧ କିଲୋମିଟର ଦୂର କଟିଦୋରା ଅଙ୍ଗନବାଡ଼ି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। କଟିଦୋରା ଅଙ୍ଗନ ବାଡ଼ି କେନ୍ଦ୍ର ଯିବା ପାଇଁ ଚିକିଲି ନଦୀ ପାର ହୋଇ ଯିବା ପାଇଁ ପଡେ। ତେଣୁ ଅଭିବାହକ ମାନେ ଛାଡିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବା କହିଛନ୍ତି। ଗ୍ରାମରେ ବହୁ ଯୋଗ୍ୟ ହିତାଧିକାରୀ ରହିଥିବା ବେଳେ ସକକାରଙ୍କ ବିଭିନ୍ନ ଯୋଜନାରୁ ବାଦ ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ସମସ୍ୟା ନେଇ ବହୁ ବାର ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେଣୁ ତୁରନ୍ତ ତେନ୍ତୁଳିପଡ଼ା ଗ୍ରାମର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଗ୍ରାମର ପ୍ରଫୁଲ୍ଲ ସାନ୍ତା, ପୁଲୁ ସାନ୍ତା, କୃଷ୍ଣ ସାନ୍ତା, ନାଥ ସାନ୍ତା, ଗଙ୍ଗା ସାନ୍ତା, ବଳରାମ ସାନ୍ତା, କୁଶ ସାନ୍ତା ଗୁରୁବାରୀ ସାନ୍ତା, ଦସାଇ ସାନ୍ତା, ନାୟକା ସାନ୍ତା, ସୁନ୍ଦରୀ ସାନ୍ତା, ବାଳମତି ସାନ୍ତା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe