ନବରଙ୍ଗପୁର (ସୁରେଶ ନାଇଡୁ):ନବରଂଗପୁର ଜିଲ୍ଲାର ଅନେକ ଦିବ୍ୟାଙ୍ଗ ପାଇଁ ଆବେଦନ କରି ନିଜ ଅଧିକାରରୁ ବଂଚିତ ରହିଛନ୍ତି। ଦୀର୍ଘ ବର୍ଷ ଧରି ଏମାନେ ଆବେଦନ କରିଥିବା ସତ୍ତ୍ବେ ଜିଲ୍ଲାପ୍ରଶାସନ ପକ୍ଷରୁ କେବଳ ଆଜି ମିଳିବ, କାଲି ମିଳିବ ବୋଲି ପ୍ରତିଶ୍ରୃତି ହିଁ ମିଳୁଛି। ଯେଉଁମାନେ ଭତ୍ତା ପାଉଛନ୍ତି ସେମାନଙ୍କୁ ବର୍ଦ୍ଧିତ ଭତ୍ତା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ହେଁ ତାହା ଏଯାଏଁ କାର୍ଯ୍ୟକାରୀ ହୋଇନି। ଏଥି ପାଇଁ ଧାଇଁ ଧାଇଁ ନୟାନ୍ତ ହେବା ପରେ ବି ମିଳୁନି।
ଆଜି ଏଭଳି ୩ଜଣ ଭିନ୍ନକ୍ଷମ ଜିଲ୍ଲାପାଳଙ୍କ ଅଭିଯୋଗଶୁଣାଣିକୁ ଆସି ଜଣାଇଥିଲେ। ଏପରିକି ସ୍ଥାନୀୟ ମିସନକମ୍ପାଉଣ୍ଡ ଅଂଚଳରେ ରହୁଥିବା କୁନ୍ତିଲତା ଖୁରା ମିଳିଥିବା କନାର ଭଙ୍ଗା ଟ୍ରାଇସାଇକେଲ ଛାଡି ଗୋଟିଏ ପ୍ଲାଷ୍ଟିକ ବେଂଚ ଧରି ଘୁଷୁଡ଼ି ଘୁଷୁଡ଼ି ଦୁଇ କିଲୋମିଟର ଚାଲିଚାଲି ଆସିଥିଲେ। କୁନ୍ତିଙ୍କୁ ମେଡିକାଲ ବୋର୍ଡ ୭୫ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରମାଣପତ୍ର ବି ଦେଇଛନ୍ତି। ଚାଉଳ କାର୍ଡ ଖଣ୍ଡିକରେ ମିଳୁଥିବା ୧୨ଶହ ଟଙ୍କା ଭତ୍ତାରେ ବୁଢ଼ି ମାଙ୍କୁ ନେଇ ଚଳିବା ମୁସ୍କିଲ ବୋଲି କହିଛନ୍ତି କୁନ୍ତି।
ଆହୁରି ପଢ଼ନ୍ତୁ: Delhi Blast ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା: ଆତଙ୍କବାଦୀ ଦାନିଶ୍ର ଫୋନ୍ରୁ ମିଳିଲା ହମାସ୍ ଲିଙ୍କ୍ ପ୍ରମାଣ
ରଥ ଚକରେ ଗୋଡ଼ ହରାଇଥିଲେ ହୀରା
ସେହିପରି ପୁଜାରୀଗୁଡ଼ା ପଂଚାୟତ ଦେଦସପାଲ୍ଲୀ ଗାଁର ହୀରା ଗୌଡ ରାଜମିସ୍ତ୍ରୀ ସହ ରଥଯାତ୍ରା ସମୟରେ ରଥ ନିର୍ମାଣ କାମ କରି ଆସୁଥିଲେ। ଗତବର୍ଷ ଅନ୍ୟ ସହଯୋଗୀଙ୍କ ସହ ମିଶି ନବରଙ୍ଗପୁର ସହ ଦଶମନ୍ତପୁର ରଥ ନିର୍ମାଣ କରିଥିଲେ। ସେଠାକୁ ବାହୁଡ଼ାଯାତ୍ରା ବେଳେ ଯାଇଥିବା ବେଳେ ରଥ ଚକରେ ଗୋଡ଼ ରହିବା ଫଳରେ ଗୋଡ଼ କଟିଯାଇଛି। ୮୦ପ୍ରତିଶତ ଗୋଡ ନଷ୍ଟ ହୋଇଛି। ତାଙ୍କୁ ବି ନୂଆ ଭତ୍ତା ମିଳିନି। ସେ ନୂଆ ଭତ୍ତା ସହ ଡିଆରଆଇ ଋଣ ମିଳିଲେ ନିଜେ ସ୍ବବଲମ୍ବୀ ହୋଇ ପରିବାର ଚଳାଇବେ ବୋଲି କହିଛନ୍ତି।
ଆହୁରି ପଢ଼ନ୍ତୁ: AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦
ଗୋଡ଼ ନଷ୍ଟ କଲା ଟ୍ରଜର
ତେନ୍ତୁଳିଖୁଣ୍ଟି ବ୍ଲକର ଦଣ୍ଡରା ଗାଁର କୁନ୍ତି ସୌରା ରାସ୍ତା କାମରେ କାମ କରୁଥିବା ବେଳେ ଡ୍ରଜର ତାଙ୍କ ଗୋଡ଼ ଉପରେ ଚାଲିଯାଇ ନଷ୍ଟ ହୋଇଯାଇଛି। ଆଣ୍ଟୁରୁ ତଳ କଟି ଯିବା ପରେ ମେଡିକାଲ ବୋର୍ଡ ୫୦ ପ୍ରତିଶତ ଦେଇଛନ୍ତି। ଏହି ତିନି ଯୋଗ୍ୟ ହିତାଧିକାରୀ ବର୍ଦ୍ଧିତ ଭତ୍ତା ଏଯାଏଁ ପାଇ ନଥିବା ଶୁଣି ଜିଲ୍ଲାପାଳ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଯୋଜନା ଗୁଡିକର ଲାଭ ଯେଭଳି ପାଇବେ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ଅଭିଯୋଗଶୁଣାଣୀର ଅଭିଯୋଗ କେବେ କାର୍ଯ୍ୟକାରୀ ହେବ ତାହା ସମୟ କହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/02/dibyanga-2025-12-02-16-12-39.jpg)