ବାଇକ୍ ଧକ୍କାରେ ୩ ମହିଳା ଗୁରୁତର

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସୀଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁସୁମି ଗ୍ରାମରେ ପ୍ରସିଦ୍ଧ ମାଁ ମହାଦେଇ ଠାକୁରାଣୀଙ୍କ କୋଟଯାତ୍ରା ଚାଲିଥିବା ଧନପୁର ଗ୍ରାମର କିଛି ମହିଳା ଏକତ୍ରିତ ହୋଇ ଯାତ୍ରା ଦେଖିବା ପାଇଁ କୁସୁମି ଗ୍ରାମକୁ ଆସୁଥିଲେ।

8d16253e-5f06-47f7-bc50-aec74ce50a42

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସୀଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁସୁମି ଗ୍ରାମରେ ପ୍ରସିଦ୍ଧ ମାଁ ମହାଦେଇ ଠାକୁରାଣୀଙ୍କ କୋଟଯାତ୍ରା ଚାଲିଥିବା ଧନପୁର ଗ୍ରାମର କିଛି ମହିଳା ଏକତ୍ରିତ ହୋଇ ଯାତ୍ରା ଦେଖିବା ପାଇଁ କୁସୁମି ଗ୍ରାମକୁ ଆସୁଥିଲେ। ତେବେ ଗତକାଲି ରାତ୍ର ପ୍ରାୟ ୧୦ ଘଣ୍ଟା ସମୟରେ ହଠାତ ଏକ ବାଇକ ଦ୍ରୁତଗତିରେ ଆସି ମହିଳା ମାନକୁ ପଛ ପଟରୁ ଧକ୍କା ଦେଇଥିଲା।ଫଳରେ ଧନପୁର ଗ୍ରାମର ଇଲାବତୀ ଗଣ୍ଡ(୪୨),ପର୍ବତୀ କଳାର(୬୦)ଡାଳିମା ଗଣ୍ଡ(୩୨)ଭାଗ୍ୟବତୀ ଗଣ୍ଡ(୨୪)ଯମୁନା ପୂଜାରୀ (୨୦) ଏବଂ କୁସୁମି ଗ୍ରାମର ଚିତରଞ୍ଜନ ପନକା (୨୦) ପ୍ରମୁଖ ଚିଟିକି ହୋଇ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ବାଇକ ଚାଳକ ରାଇଗର ବ୍ଲକ ବ୍ଲକ ପାଦୁଆ ଗ୍ରାମର ଆମୁସ ରାଜଗଣ୍ଡ ମଧ୍ୟ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ କିଛି ଲୋକ ଗୁରୁତର ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ପାର୍ବତୀ କଲାରଙ୍କ ଦୁଇଟି ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଆଘାତ ହୋଇଥିଲା।

ଯମୁନା ପୂଜାରୀଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇ ଥିବା ବେଳେ ଇଲାବତି ଗଣ୍ଡ ଅଚେତ ଅବସ୍ଥାରେ ରହିଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା। ଅନ୍ୟମାନେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଯୋଗୁଁ ଘରକୁ ଫେରି ଯାଇଥିଲେ। ଦୁର୍ଘଟଣା ନେଇ ପୋଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe