ଉମରକୋଟରେ କଲରିଆ ପତ୍ରିଆ ବାଘଛାଲ ଜବତ: ଜଣେ ଗିରଫ

Advertisment
ଉମରକୋଟରେ କଲରିଆ ପତ୍ରିଆ ବାଘଛାଲ ଜବତ: ଜଣେ ଗିରଫ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଏକ କଲରିଆ ପତ୍ରିଆ ବାଘଛାଲ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଗିରଫ ବ୍ୟକ୍ତିଙ୍କ ନାଆଁ ଅନନ୍ତ ପନକା। ତାଙ୍କର ଘର ଝରିଗାଁ ନିକଟସ୍ଥ ବେଲଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଅନନ୍ତ ପନକା ରାଇଘର ବ୍ଲକ୍ କେରିପଦର ଅଞ୍ଚଳରୁ ଏକ କଲରାପତିଆ ବାଘଛାଲ ବିକ୍ରି କରିବାକୁ ସେମଳା ଛକ ନିକଟକୁ ଆସିଥିଲେ। ଏନେଇ  ଉମରକୋଟ ବନ ବିଭାଗ କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହାପରେ ଉମରକୋଟ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବନାଞ୍ଚଳ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏଥିରେ ଉମରକୋଟ, ରାଇଘର ଓ ଡାବୁଗାଁ ରେଞ୍ଜର ପ୍ରାୟ ୩୫ଜଣ ବନ କର୍ମଚାରୀ ସାମିଲ ଥିଲେ। ସେମଳା ଛକ ନିକଟରୁ ବାଘ ଛାଲ ଜବତ କରାଯାଇଥିଲା। ଗିରଫ ଅନନ୍ତ ପନକାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe