ଗଜଲକ୍ଷ୍ମୀ ପୂଜାରେ ଭାଗ ନେଲେ କିନ୍ନର ସଂଘ କର୍ମକର୍ତ୍ତା

ନବରଙ୍ଗପୁର ତେଲିସାହି ମାଁ ଗଜଲକ୍ଷ୍ମୀ ପୂଜା ଉତ୍ସବରେ  ଜିଲ୍ଲା କିନ୍ନର ସଂଘର ସଦସ୍ୟମାନଙ୍କୁ ପୂଜା କମିଟି ପକ୍ଷରୁ ପୂଜାରେ ଭାଗ ନେଇ ପୂଜା କରିବାକୁ  ସୁଯୋଗ ଦିଆଯାଇଛି।  ଏଥି ନିମନ୍ତେ ବିଧିବଦ୍ଧ ଭାବେ ପୂଜା କମିଟି ପକ୍ଷରୁ କିନ୍ନରମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ngp-kinner

ନବରଙ୍ଗପୁର: ସ୍ଥାନୀୟ ତେଲିସାହି ମାଁ ଗଜଲକ୍ଷ୍ମୀ ପୂଜା ଉତ୍ସବରେ  ଜିଲ୍ଲା କିନ୍ନର ସଂଘର ସଦସ୍ୟମାନଙ୍କୁ ପୂଜା କମିଟି ପକ୍ଷରୁ ପୂଜାରେ ଭାଗ ନେଇ ପୂଜା କରିବାକୁ  ସୁଯୋଗ ଦିଆଯାଇଛି। ଏଥି ନିମନ୍ତେ ବିଧିବଦ୍ଧ ଭାବେ ପୂଜା କମିଟି ପକ୍ଷରୁ କିନ୍ନରମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।

କିନ୍ନରମାନଙ୍କୁ ସମାଜରେ ସମ୍ମାନ ଦେବା ନିମନ୍ତେ  କମିଟି ସଭ୍ୟଙ୍କ ଦ୍ଵାରା ଏପରି ଏକ ଅଭିନବ ପ୍ରୟାସ କୁ ଜିଲ୍ଲା କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, କମିଟିର ସମସ୍ତ ସଦସ୍ୟଙ୍କୁ ସାଧୁବାଦ୍ ଜଣାଇଛନ୍ତି।

କିନ୍ନରମାନଙ୍କୁ ଏପରି ଆମନ୍ତ୍ରିତ କରିବା ଦ୍ଵାରା ସମାଜରେ କିନ୍ନରମାନଙ୍କ ପ୍ରତି ଥିବା ଭେଦଭାବ ଦୂର ହେବ ବୋଲି  ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଉକ୍ତ ପୂଜା କାର୍ଯ୍ୟକ୍ରମରେ କାଜଲ, ଚୁମିକି, ପ୍ରୀତି, ବର୍ଷା, ଇପ୍‌ସିତା, ଅନିତା, ଶିବାନୀ, ବୈଦି ପ୍ରମୁଖ ଭାଗ ନେଇଥିଲେ। ପୂଜା କମିଟି ପକ୍ଷରୁ ସଭାପତି ଉପସଭାପତି ସମେତ ଅନ୍ୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ।

 Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe