ଦୁଇ ଭାଲୁର ଶବ ଜବତ

ଦୁଇ ଭାଲୁର ଶବ ଜବତ

ନନ୍ଦାହାଣ୍ଡି: ନନ୍ଦାହାଣ୍ଡି ବ୍ଲକ ନିଷ୍ନାହାଣ୍ଡି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦୁଇଟି ଭାଲୁ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ନିକଟସ୍ଥ ଗ୍ରାମବାସୀ ଭାଲୁ ଦ୍ବୟର ଶବ ଦେଖିବା ପରେ ଡଙ୍ଗରଭେଜା ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଏହାପରେ ବନ ବିଭାଗକୁ ଘଟଣା ସଂପର୍କରେ ସୂଚନା ଦିଆଯାଇଥିଲା। ବିଭାଗୀୟ କର୍ମଚାରୀ ପହଞ୍ଚିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିବା ସୂଚନା ମିଳିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନଥିବା ବେଳେ ରିପୋର୍ଟ ମିଳିବା ପରେ ଜଣାପଡ଼ିବ ବୋଲି ଫରେଷ୍ଟର ମନୋରଞ୍ଚନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଶବ ଜବତ ସମୟରେ ସଦା ସାନ୍ତା, ରିତେଶ୍‌ ସୁନା, ଉମା ଶଙ୍କର ପାଣିଗ୍ରାହୀ, ଲାଲୁ ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁଇ ଭାଲୁ ପରସ୍ପରକୁ ଆକ୍ରମଣ କରି ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe