ଜମିହିଡ଼କୁ ନେଇ ଦୁଇ ଭାଇଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ

Advertisment
ଜମିହିଡ଼କୁ ନେଇ ଦୁଇ ଭାଇଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ

britannica.com

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମରେ ଏକ ଜମିହିଡ଼କୁ ନେଇ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛ। ଦୁଇ ଭାଇଙ୍କୁ ଟାଙ୍ଗିଆରେ ମୁଣ୍ଡରେ ଚୋଟ ମରାଯିବା ଫଳରେ ଦୁଇ ଭାଇ ରକ୍ତାକ୍ତ ହୋଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ଶନିବାର ରାତ୍ର ପ୍ରାୟ ସାଢେ଼ ୯ ଘଣ୍ଟା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମର ତିଳଚାନ୍ଦ ମିର୍ଗାନ (୩୫) ଓ ସାନ ଭାଇ କମଳଚାନ୍ଦ ମିର୍ଗାନ (୨୮) ତାଙ୍କ ଗ୍ରାମ ନିକଟ ଜମିରେ ସେହି କେରଣ୍ଡି ଗ୍ରାମର ବାପା ରାମକୃଷ୍ଣ ମିର୍ଗାନ ଓ ପୁଅ କୁଳଧର ମିର୍ଗାନଙ୍କ ମଧ୍ୟରେ ଜମିକୁ ସଂଲଗ୍ନ କରୁଥିବା ହିଡ଼କୁ ନେଇ ଯୁକ୍ତିତର୍କ ହୋଇଥିଲା।  ଏହାପରେ ରାମକୃଷ୍ଣ ଓ କୁଳଧର ମିଶି ଟାଙ୍ଗିଆ ସାହାଯ୍ୟରେ ତିଳଚାନ୍ଦ ଓ କମଳଚାନ୍ଦଙ୍କୁ ମୁଣ୍ଡରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା।

ପରିବାର ଲୋକେ ଗୁରୁତର ଆହତ ଦୁଇ ଭାଇଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ଏନେଇ ତିଳଚାନ୍ଦ ଓ କମଳଚାନ୍ଦର ପରିବାର ଲୋକେ ଡାବୁଗାଁ ଥାନାରେ ରାମକୃଷ୍ଣ ଓ କୁଳଧର ବିରୁଦ୍ଧରେ ଏତଲା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe