ନଦୀକୂଳରୁ ଅଚିହ୍ନା ଶବ ଉଦ୍ଧାର କଲା ଝରିଗାଁ ପୁଲିସ

ନିଦ ହଜାଇଲାଣି ଅଂଶୁଘାତ ମୃତ୍ୟୁ: ୩ ଦିନରେ ୯୯ଜଣଙ୍କର ପ୍ରାଣଗଲାଣି


ଝରିଗାଁ: ଝରିଗାଁ ଥାନା ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ନଦୀକୂଳରେ ଭାସୁଥିବା ଏକ ଅଚିହ୍ନା ଶବ ଉଦ୍ଧାର କରିଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ ତେଲନଦୀ ପଞ୍ଚାୟତ ଗୁଦଗୁଦା ଗ୍ରାମର କିଛି ଲୋକ ଗତକାଲି ସକାଳୁ ଶୌଚ ପାଇଁ ନଦୀ କୂଳକୁ ଯାଇଥିଲେ। ସେଠାରେ ଜଣେ ଲୋକଙ୍କ ଶବ ନଦୀକୂଳରେ ଭାସୁଥିବା ଦେଖି ତୁରନ୍ତ ସ୍ଥାନୀୟ ସରପଞ୍ଚ ରାଜୁ ସାନ୍ତାଙ୍କୁ ଜଣାଇଥିଲେ।

ଘଟଣା ସମ୍ପର୍କରେ ଜାଣିବା ପରେ ସରପଞ୍ଚ ରାଜୁ ସାନ୍ତା କିଛି ଲୋକଙ୍କୁ ନେଇ ନଦୀକୂଳକୁ ଯାଇଥିଲେ। ଘଟଣା ସତ ଜାଣିବା ପରେ ଝରିଗାଁ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇ ଥିଲେ। ଝରିଗାଁ ଆଇଆଇସି ତପନ କୁମାର ପତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ତେବେ ଶବର ପରିଚୟ ମିଳିନଥିବା ବେଳେ ଝରିଗାଁ ପୁଲିସ ପରିଚୟ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛି।ସେହିପରି ଗତ କିଛି ଦିନ ହେବ ଗୁଦଗୁଦା ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଜଣେ ଅଚିହ୍ନା ଲୋକ ବୁଲାବୁଲି କରୁଥିବା ବେଳେ ନଦୀର ଉପର ମୁଣ୍ଡରୁ ନଦୀ ପାଣିରେ ଭାସି ଯାଇ ଗୁଦଗୁଦା ନଦୀ କୁଳରେ ଲାଗିଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି।

ଆଜି ସକାଳେ ମାଜିଷ୍ଟ୍ରେଟ ତଥା ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକଙ୍କ ସହ ଝରିଗାଁ ପୁଲିସ ଓ ଅନ୍ୟମାନଙ୍କ ଉପସ୍ଥିତରେ ମୃତ ଶରୀରର ଶବ ପଞ୍ଚନାମା କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe