୧୦ ହଜାର ଲାଞ୍ଚ ନେଲା ବେଳେ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଅବସରପ୍ରାପ୍ତ ଶିକ୍ଷକଙ୍କ ଫାଇନାଲ ପେନ୍‌ସନ୍‌ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନସ୍ ହାତରେ ଧରାପଡିଲେ ସେକ୍ସନ ଅଫିସର। ସଂପୃକ୍ତ ଅଧିକାରୀ ହେଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ରଂଜିତ କୁମାର ଷଡ଼ଙ୍ଗୀ।

a7322ada-6ed8-4190-944f-c6734b853ec1

ନବରଙ୍ଗପୁର: ଅବସରପ୍ରାପ୍ତ ଶିକ୍ଷକଙ୍କ ଫାଇନାଲ ପେନ୍‌ସନ୍‌ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନସ୍ ହାତରେ ଧରାପଡିଲେ ସେକ୍ସନ ଅଫିସର। ସଂପୃକ୍ତ ଅଧିକାରୀ ହେଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ରଂଜିତ କୁମାର ଷଡ଼ଙ୍ଗୀ।

ମିଳିଥିବା ସୂଚନା ଅନୁଯାୟୀ ପାପଡାହାଣ୍ଡି ନିବାସୀ ରାମଚନ୍ଦ୍ର ସାହୁ ୨୦୧୧ ମସିହାରେ ମୁଣ୍ଡାଗୁଡ଼ା ବିଦ୍ୟାଳୟରେ ଅବସର ଗ୍ରହଣ କରିଥିଲେ। ତେବେ ସେ ଅବସର ଗ୍ରହଣ କରି ୧୩ ବର୍ଷ ବିତିଥିଲେ ମଧ୍ୟ ସେ ବାରମ୍ବାର ଫାଇନାଲ ପେନ୍‌ସନ୍‌ ପାଇଁ ବିଇଓ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କ କାମ ହୋଇପାରୁ ନାହିଁ। ଫାଇନାଲ ପେନସନ୍ ପାଇଁ ସେକ୍ସନ ଅଫିସର ଶ୍ରୀ ଷଡ଼ଙ୍ଗୀଙ୍କ ସହ କଥା ହୋଇଥିଲେ। ଏଥି ପାଇଁ ସେ ୧୦ ହଜାର ଟଙ୍କା ମାଗିଥିଲେ।

ଜନସାଧାରଣଙ୍କ ସେବା କରିବା ପାଇଁ ସରକାର କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। କିନ୍ତୁ କିଛି ଲାଞ୍ଚଖୋର ବ୍ୟକ୍ତି ବିନା ହାତଗୁଂଜାରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ସେଥିରୁ ଅନେକ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଫାଶରେ ପଡ଼ିଯାଉଛନ୍ତି।

ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ଏ ନେଇ ନବରଙ୍ଗପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗର ରସାୟନିକ ରଂଗ ବୋଳା ଟଙ୍କାକୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ନେଇ ବିଇଓ ଅଫିସକୁ ଯାଇ ସେକ୍ସନ ଅଫିସର ଶ୍ରୀ ଷଡ଼ଙ୍ଗୀଙ୍କୁ ଦେଇଥିଲେ। ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଏହି ରଂଗବୋଳା ଟଙ୍କାକୁ ଜବତ କରିବା ସହ ଶ୍ରୀ ଷଡ଼ଙ୍ଗୀଙ୍କୁ କାବୁ କରିଥିଲେ।

ଭିଜିଲାନସ୍ ବିଭାଗ ଶ୍ରୀ ଷଡ଼ଙ୍ଗୀଙ୍କୁ ଜୟପୁର ମୁଖ୍ୟାଳୟକୁ ପଠାଇବା ସହ ରାଜୁସାହିସ୍ଥିତ ତାଙ୍କ ବାସଭବନରେ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଚଢ଼ାଉ କରିଥିଲେ। ତେବେ ଘରେ ଚଢ଼ାଉ ବେଳେ କଣ କାଗଜ ପତ୍ର ବାହାରିଲା ସେ ନେଇ ସୂଚନା ଦିଆଯାଇନାହିଁ।  ଏହି ଚଢ଼ାଉ ରେ ଭିଜିଲାନସ୍ ଅତିରିକ୍ତ ଏସପି ଅରୁଣ କୁମାର ନାୟକ, ଡିଏସପି ଜୟଶ୍ରୀ ପ୍ରଧାନ, ଇନିସପେକ୍ଟର ସଞ୍ଜୟ କୁମାର ପ୍ରଧାନ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe