Advertisment

Indrabati: ଇନ୍ଦ୍ରାବତୀର ବିଛିନ୍ନାଞ୍ଚଳରେ ଲୋକଙ୍କ କଥା ଶୁଣିଲେ, ଦୁଃଖ ବୁଝିଲେ ଜିଲ୍ଲାପାଳ-ବିଧାୟକ

Advertisment

ଉପର ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ଵରେ ରହି ଦୀର୍ଘ ୩୬ବର୍ଷ ହେଲା ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ଗୁରୁମାଇଗୁଡ଼ା, ଝଲାଗୁଡ଼ା, ବାଗ୍ରା, ଟାଙ୍ଗନିକୋଟ, ତଲଙ୍ଗଗାଁର ଗ୍ରାମବାସୀ।

ଉପର ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ଵରେ ରହି ଦୀର୍ଘ ୩୬ବର୍ଷ ହେଲା ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ଗୁରୁମାଇଗୁଡ଼ା, ଝଲାଗୁଡ଼ା, ବାଗ୍ରା, ଟାଙ୍ଗନିକୋଟ, ତଲଙ୍ଗଗାଁର ଗ୍ରାମବାସୀ।

ngp-vichinanchal rey prosasan (7)

ନବରଙ୍ଗପୁର (ସୁରେଶ ନାଇଡୁ): ଉପର ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ଵରେ ରହି ଦୀର୍ଘ ୩୬ବର୍ଷ ହେଲା ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ଗୁରୁମାଇଗୁଡ଼ା, ଝଲାଗୁଡ଼ା, ବାଗ୍ରା, ଟାଙ୍ଗନିକୋଟ, ତଲଙ୍ଗଗାଁର ଗ୍ରାମବାସୀ। ଯାତାୟାତ ସୁବିଧା ନ ଥିବାରୁ ଦୈନନ୍ଦିନ କାର୍ଯ୍ୟ ଏବଂ ଜୀବନଜୀବିକା ପାଇଁ ବିପଦସଂକୁଳ ଭାବେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ୧୦ କିଲୋମିଟର ଦେଶି ହୁଲି ଡଙ୍ଗାରେ ଜଳଯାତ୍ରା କରିବାକୁ ପଡ଼ୁଛି। ଅତୀତରେ ଡ଼ଙ୍ଗା ବୁଡ଼ି ଅନେକ ଧନଜୀବନ ନଷ୍ଟ ହେବାର ନଜିର ରହିଛି। ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଦେଶୀ ହୁଲି ଡ଼ଙ୍ଗାରେ ଭଣ୍ଡାରରେ ବିପଦପୂର୍ଣ୍ଣ ଜଳଯାତ୍ରା କରି କରି ଦୁର୍ବିଷହ ଜୀବନ ବିତାଉଛନ୍ତି। ଏନେଇ ସମ୍ବାଦରେ ସ୍ବତନ୍ତ୍ର ପୃଷ୍ଟାରେ ‘ଇନ୍ଦ୍ରାବତୀର ବିଛିନ୍ନାଂଚଳର ୫ଗ୍ରାମବାସୀଙ୍କ ଜୀବନଦୁର୍ବିସହ, ହୁଲି ଡଙ୍ଗାରେ ଜୀବନ ଜୀବି’’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଥିଲା। ଆଜି ଜିଲ୍ଲାପ୍ରଶାସନର ପାଦ ବିଛିନ୍ନାଂଚଳରେ ପଡିଲା। 

ଆଜି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପରିଷଦ ସିଡିଓ ବିରଚିଂନାରାୟଣ ଦରୱାନ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ପାର୍ଥସାରଥୀ ରାଉତ, ଡିଇଓ ଛତ୍ରପତି ସାହୁ, ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ ଆଦି ଗୁରୁମାଇଗୁଡା, ବାଗ୍ରା, ଟାଙ୍ଗିନୀକୋଟ  ଗାଁକୁ ଯାଇଥିଲେ। ଗ୍ରାମବାସୀଙ୍କ ଅଭାବ ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏଏନଏମ୍ ନିୟମିତ ଆସୁନଥିବା ଶୁଣିବା ପରେ ଜିଲ୍ଲାପାଳ ରାଗିବା ସହ କଡା ତାଗିଦ୍ କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୋଗ ଆସିଲେ ପଦକ୍ଷେପ ନେବେ ବୋଲି କହିଥିଲେ। ଆଗାମୀ ଦିନରେ ଗ୍ରାମବାସୀଙ୍କ ଯିବା ଆସିବା ପାଇଁ କେନ୍ଦୁଗୁଡା ଘାଟ ନିକଟରେ ବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଥିବା ଏବଂ ଅନୁମୋଦନ ହେଲେ ନିର୍ମାଣ କରାଯିବ ବୋଲି କହିଥିଲେ। ଏହି ୫ଖଣ୍ଡ ଗ୍ରାମବାସୀଙ୍କ ପାଇଁ ପାୱାର ବୋଟ ଯୋଗାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୃତି ଦେଇଥିଲେ। ଗର୍ଭବତୀମାନେ ମାଘରକୁ ଆସି ପ୍ରସୁତି ହେବା ପର୍ଯ୍ୟନ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ହିତାଧିକାରୀଙ୍କୁ ପକ୍କାଘର ଓ ଭତ୍ତା ପ୍ରଦାନ କରାଯିବ ବୋଲି ବିଧାୟକ କହିଥିଲେ। ଶିକ୍ଷକ, ଅଙ୍ଗନୱାଡୀ କର୍ମୀ , ଆରଆଇ, ବିଇଓ ଆଦିଙ୍କ ସହ ଅଲୋଛନା କରିଥିଲେ।

ପିଡିଏସ ସାମଗ୍ରୀ ଏବଂ ଭତ୍ତା ପାଇଁ ଜଳଭଣ୍ଡାରରେ ଡ଼ଙ୍ଗା ଦେଇ  ମଞ୍ଚାଗାଁ ପଞ୍ଚାୟତକୁ ଯିବାକୁ ପଡୁଥିବା କହିବାରୁ ସଂପ୍ରସାରଣ କେନ୍ଦ୍ର ଖୋଲାଯିବ ବୋଲି କହିଥିଲେ । ପାନୀୟ ଜଳ, ବିଜୁଳି, ସଡ଼କ, ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୃତି‌ ଦେଇଥିଲେ। ପାହାଡରୁ ଗଡି ଆସୁଥିବା ପାଣିକୁ ସ୍ପ୍ରିଙ୍ଗ ୱେଲ ୱାଟର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। 

ଆହୁରି ପଢ଼ନ୍ତୁ: Weekly Market: ୨୦ ଏକରରୁ ୧୦ ଲାଇନ୍‌କୁ ସଂଙ୍କୋଚିତ ହୋଇଗଲା ନବରଂଗପୁର ସାପ୍ତାହିକ ହାଟ

ପ୍ରକାଶଯୋଗ୍ୟ, ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ୫ଗ୍ରାମବାସୀ ନିଜ ଜୀବନଜୀବିକା ଥିବା ଗାଁ ଛାଡି ଦେଇ ଅନ୍ୟ ସ୍ଥାନରେ ନୂଆ ପରିଚୟରେ ରହୁଛନ୍ତି। ତଳଙ୍ଗ ଗ୍ରାମରେ ୨୬ଟି ବିସ୍ଥାପିତ ପରିବାରର ୧୨୮ଜଣ ବସବାସ କରୁଛନ୍ତି। ଗୁରୁମାଇଗୁଡାରେ ୭୩ଟି ପରିବାରର ୩୦୫ଜଣ, ଟାଙ୍ଗିନୀକୋଟରେ ୩୫ଟି ପରିବାରର ୧୬୭ଜଣ, ବାଗ୍ରାରେ ୩୩ଟି ପରିବାରର ୧୩୭ଜଣ, ଝୋଲାଗୁଡାର ୭ଟି ପରିବାରର ୩୧ଜଣ ଏଭଳି ୫ଟି ଗାଁରେ ୧୭୪ଟି ଘରେ ୭୫୮ଜଣ ରହୁଥିବା ସରକାରୀ ରେକର୍ଡ କହୁଛି। ଗୁରୁମାଇଁଗୁଡା ଓ ଟାଙ୍ଗିନୀକୋଟରେ ପ୍ରାଥମିକ ବିଦ୍ୟାଳୟ‌ ‌ରହିଛି। କପୁର, ବାରିଆଘାଟ, ଢ଼େପଗୁଡା, ‌ପୋଡାଗୁଡା ଓ କେନ୍ଦୁଗୁଡା ଘାଟ ଦେଇ୫ଟି ଗାଁ ଲୋକେ ଡଙ୍ଗାରେ ଯିବା ଆସିବା କରୁଛନ୍ତି। ପ୍ରାୟ ୧୦କିଲୋମିଟର ଜଳଯାତ୍ରା କରୁଛନ୍ତି ତଳଙ୍ଗ ଗ୍ରାମବାସୀ। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଜଳବନ୍ଦି ଅଞ୍ଚଳରେ ପଡ଼ିନି ବିକାଶର ଛାଇ ଆଜି ବି ଲୋକେ ପାନୀୟ ଜଳ, ବିଜୁଳି, ସଡ଼କ, ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe