ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକସ୍ଥିତ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆମଓଡ଼ିଶା, ସରକାରୀ ସ୍ନାତକ ମହାବିଦ୍ୟାଳୟ, ଝରିଗାଁ ହେଲ୍ଫ ଲାଇନ ଓ ଝରିଗାଁ ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଝରିଗାଁ ବିଧାୟକ ନରସିଂହ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବନ୍ଦ ଚନ୍ଦ୍ର ନାୟକ, ଫରେଷ୍ଟର ସୁଶାନ୍ତ କୁମାର ସିଂ, ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଆନ୍ଦ୍ରିୟ ଶବର, ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରହିଣୀ ତପଷ୍ପିନି ହଜାରି, ଗିରିଜା ଶଙ୍କର ପଟ୍ଟନାୟକ, ମିଳିତ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ନାୟକ, ବରିଷ୍ଟ ଶିକ୍ଷକ କୁଶନାଥ ଭତ୍ରା ପ୍ରମୁଖ ଉପସ୍ଥିତ ରହି ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଶବର ଏବଂ ଅଧ୍ୟାପକ ଆଶିଷ ରଞ୍ଜନ ନାୟକ ସ୍ବେଚ୍ଛାକୃତ ଭାବେ ପ୍ରଥମେ ରକ୍ତଦାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ମୋଟ ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ପ୍ରଥମ ଥର ପାଇଁ ସ୍ନାତକ ମହାବିଦ୍ୟାଳୟର ୫ ଜଣ ଛାତ୍ରୀ ଓ ୧୯ ଛାତ୍ର ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରରେ ଉମରକୋଟ ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ଶିବ ପ୍ରସାଦ ସେଠୀ, ରାହୁଲ ଦେବ ବାରୋଇ, ରାମେଶ୍ୱର ଭତ୍ରା, କୈଳାସ ହରିଜନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।
ଆହୁରି ପଢ଼ନ୍ତୁ: Republic Day: ଜାତୀୟ ପତାକା ଅବତରଣ ବେଳେ ଅଘଟଣ, ଚାଲିଗଲା ଛାତ୍ରର ଜୀବନ
ପଞ୍ଜୀକରଣରେ ସିଆରସିସି ବ୍ରଜକିଶର ଦଳେଇ, ବିଭୁ ପ୍ରସାଦ ତ୍ରିପାଠୀ, ପଦାରବିନ୍ଦ ମହାଳିକ ପ୍ରମୁଖ ସହଯୋଗ କରିଥିଲେ। ଶିବିରରେ ପ୍ରଦୀପ ପଟ୍ଟନାୟକ, ଜିତେନ୍ଦ୍ର ମହାରଣା, ମନୋଜ ଜୈନ, ଗଙ୍ଗାଧର ପାଳ, ବସନ୍ତ ବିଶୋଇ, ସୁରେନ୍ଦ୍ର କୁମାର ସାହୁ, ଗୋକୁଳ ହରିଜନ, ତ୍ରିନାଥ ଧାରୁଆ, ଗିରିଧର ମାଝୀ, ବସନ୍ତ ସାହୁ, ସବ୍ୟସାଚୀ ଭରତିଆ ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ଆହୁରି ପଢ଼ନ୍ତୁ: Terrorist: ଆମେ ଭାରତର ଗଭୀର ଭିତରକୁ ପହଞ୍ଚି ପାରିବୁ: ପାକିସ୍ତାନୀ ଆତଙ୍କବାଦୀ
ଶେଷରେ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଆନ୍ଦ୍ରିୟ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ଗିରିଜା ଶଙ୍କର ପଟ୍ଟନାୟକ, ମୁରଲୀଧର ନାୟକ, ଶିବ ନାରାୟଣ ଶଙ୍କର, ଦିବାକର ହଲବା, ସୁରଜ ମହାରଣା, ବ୍ରଜକିଶୋର ଦଳେଇ, ବିଭୁପ୍ରସଦ ତ୍ରିପାଠୀ, ଆଶିଷ ରଞ୍ଜନ ନାୟକ, ପ୍ରଭାସ ଦାସ, ବିଷ୍ଣୁ ପ୍ରସାଦ ସାହୁ, ପ୍ରଦେଶୀ ବିଶୋଇ, ଲଳିତା ମୁନା, ଉଲ୍ଲସା ହରିଜନ ପ୍ରମୁଖ ଉପସ୍ଥିତ ରହି ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଶିବିରରେ ଶୁଭଶ୍ରୀ ପଟ୍ଟନାୟକ, ସୁଚିତ୍ରା ପଙ୍କଜ, ରିଆ ବେହେରା, ଲିପିକା ସାହୁ, ଅମ୍ବିକା କଳାର, ଦଶମୀ ପୂଜାରୀ, ଭୂମିକା ହରିଜନ, ଶାନ୍ତି ଗଣ୍ଡ, ଲିମୁନି ଜାନୀ, ଦିଫେନ୍ସ ରାଜ ଠାକୁର, ରଜନୀକାନ୍ତ ପାଣ୍ଡେ, ମନୋରଞ୍ଜନ ଦୁର୍ଗା ପ୍ରମୁଖ ସହ ଅନ୍ୟମାନେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/26/jhari-2026-01-26-20-13-42.jpg)