ଲଗାଣ ବର୍ଷାରେ ଇନ୍ଦ୍ରାବତୀ ନଦୀ ଜଳସ୍ତର ବୃଦ୍ଧି

ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲା‌ରେ ଏହି ୨ ଦିନରେ ୬୬୪.୮ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଲିପିବଦ୍ଧ କରାଯାଇଛି।

da40e13a-3cb1-4066-bb99-03e01368f61d

ନବରଙ୍ଗପୁର: ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲା‌ରେ ଏହି ୨ ଦିନରେ ୬୬୪.୮ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଲିପିବଦ୍ଧ କରାଯାଇଛି। ଜିଲ୍ଲାରେ ଥିବା ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରେ ଆଜି ସକାଳ ୮ଟା ସୁଦ୍ଧା ୬୩୩.୭୨୦ମିଟର ପାଣି ଜମା ହୋଇଛି।

ଅପରପକ୍ଷରେ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଇନ୍ଦ୍ରାବତୀ ନଦୀର ଜଳସ୍ତର ମଧ୍ୟ ଧୀରେଧୀରେ ବଢ଼ିବା ସହ ସୀମାକୁ ଲାଗିବାରେ ଲାଗିଛି। ଜମି ଗୁଡ଼ିକରେ ପାଣି ଚାଳୁଥିବାରୁ ଗତ କିଛି ଦିନ ଧରି ଧାନରୁଆ କାମ ଜୋର ଧରିଛି। ତେବେ ପ୍ରବଳ ବର୍ଷ ଲାଗି ରହିଲେ ଅଳ୍ପ କିଛି କିଛି ସମୟ ପାଇଁ ଜମି କାମ ବନ୍ଦ ରହୁଛି। ଲଗାତାର ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। 

ଗତ କିଛି ଦିନ ହେବ ଜିଲ୍ଲାରେ ସକାଳ ଓଳିଏ ପ୍ରବଳ ଖରା ହେଉଥିବା ବେଳେ ମଧ୍ୟାହ୍ନରେ କଳାହାଣ୍ଡିଆ ମେଘ ଆସି ଅସରାଏ ବର୍ଷା ହେଉଥିଲା। ଗତ ଦୁଇ ଦିନ ହେବ ଲଘୁଚାପ ବର୍ଷାର ପ୍ରଭାବରେ ବର୍ଷା ଲାଗି ରହିଥିବାରୁ ଜିଲ୍ଲାବାସୀ ଚିନ୍ତାରେ ପଡ଼ିଛନ୍ତି।

ଚନ୍ଦାହାଣ୍ଡି ବ୍ଲକରେ ବି ଏହି ଦୁଇ ଦିନରୁ ଆଜି ବର୍ଷା ହୋଇ ନଥିଲା। ଗତକାଲି ୧୮ମିଲିମିଟର ବର୍ଷା ହେବା ପରେ ବ୍ଲକବାସିନ୍ଦା ସାମାନ୍ୟ ଅଶ୍ବସ୍ତି ଅନୁଭବ କରିଥିଲେ। ଯଦିଓ ଗତକାଲି ଜିଲ୍ଲାରେ ୪୯୮.୨ମିଲିମିଟର ବର୍ଷା ହୋଇଥିବା ବେଳେ ଆଜି ସକାଳ ସୁଦ୍ଧା ୧୬୬.୬ମିଲିମିଟର ବର୍ଷା ହୋଇଛି।  

ଲଗାଣବର୍ଷା ଫଳରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଦିନ ମଜୁରିଆ, ଉଠାଦୋକାନୀ, ବସ୍ତି ବାସିନ୍ଦାଙ୍କ ଉପରେ ବେଶି ପଡ଼ିଛି।  ସବୁ ବ୍ଲକ ପ୍ରଶାସନ ପୂରା ପ୍ରସ୍ତୁତ ରହିଛନ୍ତି ବୋଲି ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗତବର୍ଷ ଆଜିକା ଦିନରେ ୬୨୯.୩୫୦ମିଟର ରହିଥିବା ବେଳେ ଆଜି ୪.୩ମିଟର ଅଧିକା ପାଣି ଜଳଭଣ୍ଡାରରେ ରହିଛି। ତେବେ ମଧ୍ୟାହ୍ନ‌ରୁ ଜିଲ୍ଲାରେ ବର୍ଷାର ହାର ବଢ଼ିଥିବା ବେଳେ ଆସାନ୍ତାକାଲି ସକାଳୁ ହିଁ ଜିଲ୍ଲାର କେଉଁ ବ୍ଲକରେ କେତେ ମିଲିମିଟର ବର୍ଷା ହୋଇଛି ତାହା ଜିଲ୍ଲା ଜରୁରୀ ବିଭାଗରେ ଲିପିବଦ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe