ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବିରିଶୋଲା ଶିବ ମନ୍ଦିର ନିକଟ ଏକ ନିର୍ମାଣାଧୀନ ପୋଲ ତଳ ଧାନ ଜମିରେ ପାଣି ଟ୍ୟାଙ୍କର ଖସି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭରଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Advertisment

ଛତିଶଗଡ଼ର ଟ୍ୟାଙ୍କର

ସୂଚନା ଅନୁଯାଇ ପୂର୍ତ୍ତ ବିଭାଗ ଦ୍ଵାରା ଡାବୁଗାଁ ନିକଟ ବିରିଶୋଲା ଶିବ ମନ୍ଦିର ପାଖରୁ ଡଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଛି। ତେବେ ଆଜି ଅପରାହ୍ନ ୩ ଘଣ୍ଟ ସମୟରେ ବିରି ଶୋଲା ଶିବ ମନ୍ଦିର ନିକଟ ଏକ ନିର୍ମାଣାଧୀନ ପୋଲ ନିକଟରେ ଠିକା କାର୍ଯ୍ୟ କରୁଥିବା କମ୍ପାନିର ଏକ ପୁରୁଣା  ପାଣି ଟ୍ୟାଙ୍କର ନମ୍ବର (ସିଜି ୦୪ ଜି ୩୯୨୧) ଭାରସାମ୍ୟ ହରାଇ ପୋଲ ତଳ ଧାନ ଜମି ରେ ଓଲଟି ପଡିଥିଲା। ଏଥିରେ ପାଣି ଟ୍ୟାଙ୍କରର ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଡାବୁଗାଁ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: Biggest drop in gold prices:ମାତ୍ର ୬ ମିନିଟରେ ୭,୭୦୦ ଟଙ୍କା କମିଲା ସୁନା ଦର

ବିନିକ‌ାରେ ବ୍ରିଜ୍‌ରୁ ଖସିଲେ ବାଇକ ଚାଳକ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଗତକାଲି ରାତିରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମଙ୍ଗଳବାର ରାତିରେ ବାଇକ୍‌ରେ ବିନିକା ଏନ୍ଏସି ଅଧୀନସ୍ଥ ଭମରପାଲି ଯୁଦ୍ଧମନ୍ୟୁ ଦୁଆରୀ (୨୮) ଘରୁ ଵାହାରି ମିଲକୁ କାର୍ଯ୍ୟ କରିବାକୁ ଯାଉଥିବା ସମୟରେ ବିନିକା ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତା ବିନିକା ଥାନା ମଗରକୁନ୍ଦା ବ୍ରିଜରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିନିକା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। 

ଆହୁରି ପଢ଼ନ୍ତୁ: Nuapada By-Election 2025: ନିର୍ବାଚନ ପୂର୍ବରୁ ନୂଆପଡ଼ାରେ ବିଜେପିର ବଡ଼ ମିଶ୍ରଣ ପର୍ବ, ଶତାଧିକ ସମର୍ଥକଙ୍କ ସହ ପଦ୍ମ ଧରିଲେ ଆଦିବାସୀ ନେତା