ଧାରଣାରତ ମହିଳା ଗୋଷ୍ଠୀ ସହାୟିକା ଅସୁସ୍ଥ: ଚିକିତ୍ସାଳୟକୁ ସ୍ଥାନାନ୍ତର

ରାଜ୍ୟବ୍ୟାପୀ ଗୋଷ୍ଠୀ ସହାୟିକାମାନେ ଧାରଣାରେ ବସିଥିବା ବେଳେ ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଶତାଧିକ ଏମ୍‌ବିକେ, ସିଆରପି ଓ ବ୍ୟାଙ୍କ ମିତ୍ରମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ngp-ttk

ଇନ୍ଦ୍ରାବତୀ/ତେନ୍ତୁଳିଖୁଣ୍ଟି: ରାଜ୍ୟବ୍ୟାପୀ ଗୋଷ୍ଠୀ ସହାୟିକାମାନେ ଧାରଣାରେ ବସିଥିବା ବେଳେ ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଶତାଧିକ ଏମ୍‌ବିକେ, ସିଆରପି ଓ ବ୍ୟାଙ୍କ ମିତ୍ରମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ତିନିଦିନ ଧରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୋକ ଉପାସରେ ଧାରଣା ରେ ବସିବା ଫଳରେ ଜଣେ ମଞ୍ଚାଗାଁ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ସିଆରପି ମିଲିମା କର୍କରା ଗ୍ରାମ ବଙ୍ଗାଲଗୁଡାଙ୍କ ହଟାତ ଛାତିରେ ଯନ୍ତ୍ରଣା ହେବା ଦ୍ୱାରା ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପରେ ଆମ୍ବୁଲାନ୍ସ ଡକାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ତାଙ୍କୁ ଡାକ୍ତର କିଷାନ କୁମାର ଦାସ ଚିକିତ୍ସା କରିଥିଲେ। ବର୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି।

ଓଡିଶା ଜୀବିକା ମିସନ, ମିସନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ସିଏସଏସଙ୍କର କାର୍ଯ୍ୟଭିତିକ ପରିଶ୍ରମିକ ପରିବର୍ତ୍ତେ ସ୍ଥାୟୀ ଦରମା ପ୍ରଦାନ ଦାବିରେ ତେନ୍ତୁଳିଖୁଣ୍ଟି ବ୍ଲକର ପନ୍ଦର ଗୋଟି ପଞ୍ଚାୟତର ଶତାଧିକ ଗୋଷ୍ଠୀ ସହାୟିକା କର୍ମଚାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। 

ଏମ୍‌ବିକେ, ସିଆରପି ଓ ବ୍ୟାଙ୍କ ମିତ୍ରମାନେ ୨୦୨୨ ମସିହାରୁ କାର୍ଯ୍ୟକରି ଆସୁଥିବା ବେଳେ ବର୍ତମାନ ସରକାର ଯେତିକି କାମକୁ ସେତିକି ଦରମା ସ୍ଥିର କରିବା ପରେ ଦୀର୍ଘ ଛଅ ମାସ ହେବ ଗୋଷ୍ଠୀ ସହାୟିକାମାନେ ଦରମା ନେଉନ ଥିବା ଦେଖିବାକୁ ମିଳିଛି। ଏହାର ପ୍ରତିବାଦରେ ରାଜ୍ୟବ୍ୟାପି ଓଡ଼ିଶା ମିସନ ଶକ୍ତି ଅଧୀନରେ କାର୍ଯ୍ୟରତ ଗୋଷ୍ଠୀ ସହାୟିକାମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe