ଶୌଚ ପାଇଁ ଯାଇ ନଦୀରେ ବୁଡ଼ି ମହିଳା ମୃତ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଗୋପାଳଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଜଣେ ମହିଳା ନିକଟସ୍ଥ ନଦୀକୁ ଶୌଚ ପାଇଁ ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଯାଇଛି।

images

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଗୋପାଳଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଜଣେ ମହିଳା ନିକଟସ୍ଥ ନଦୀକୁ ଶୌଚ ପାଇଁ ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଯାଇଛି।
ସୂଚନାଯୋଗ୍ୟ, ଗୋପଲଗୁଡା ଗ୍ରାମର ଅମର ଭତ୍ରା ଏବଂ ତାଙ୍କ ସ୍ତ୍ରୀ କୁଲନା ଭତ୍ରା(୨୫) ଘରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଚିତ୍ରାଙ୍ଗି ନଦୀ କୂଳରେ ଅସ୍ଥାୟୀ ଘରେ ରହି ଚାଷ କମ କରୁଥିଲେ। ଆଜି କୁଲନା ଭତ୍ରା ଦିନ ୧୦ ଘଣ୍ଟା ସମୟରେ ନଦୀକୁ ଶୌଚ ପାଇଁ ଯାଇଥିଲେ। ବର୍ଷା ହେତୁ ନଦୀରେ ପାଣି ଅଧିକ ଥିବା ବେଳେ ଅସାବଧାନତା ଯୋଗୁଁ କୁଲନା ପାଣିରେ ବୁଡି ମୃତ୍ୟୁ ହୋଇ ଯାଇଥିଲା। ପାଉରବେଲି ଗ୍ରାମର କିଛି ଲୋକ ନଦୀରେ ମାଛ ଧରିବା ପାଇଁ ଯାଇଥିବା ବେଳେ ପ୍ରାୟ ଅଧା କିଲୋମିଟର ଦୂରରେ କୁଲନାଙ୍କ ଶବ ପାଣିରେ ଭାସୁ ଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରେ ମୃତ କୁଲନାଙ୍କ ସ୍ୱାମୀ ଅମର ଭତ୍ରା ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe