କାନ୍ଥ ଭୁଶୁଡ଼ି ମହିଳା ମୃତ

କାନ୍ଥ ଭୁଶୁଡ଼ି ମହିଳା ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦର ମହାକୁମା ଚାମୁରିୟାଗୁଡା ଅଞ୍ଚଳରେ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ କୁସୁମା ଧାକଡ଼। ସେ  ଚନ୍ଦ୍ର ଧାକଡ଼ଙ୍କ ସ୍ତ୍ରୀ ବୋଲି ଜଣାଯାଇଛି। ସେ ସକାଳୁ ନିଜ ଘର ଚାରି ପାଖରେ ଝାଡ଼ୁ କରୁଥିବା ବେଳେ ଘର ପାଖର ଏକ ପାଚେରି କାନ୍ଥ ଭୁଶୁଡ଼ି ପଡ଼ିବାରୁ ସେ କାନ୍ଥ ତଳେ ଚାପି ହେଇଯାଇଥିଲେ। ଏହାଫଳରେ ତାଙ୍କର ମୃତ୍ୟ ଘଟିଛି।

ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ସହାୟତାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe