ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ମହିଳା ଶ୍ରମିକଙ୍କ ମୃତ୍ୟୁ

ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ମହିଳା ଶ୍ରମିକଙ୍କ ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚିତାବେଡା ଗ୍ରାମର ପଦମାନ ହରିଜନଙ୍କ ସ୍ତ୍ରୀ ମନମତି ହରିଜନ(୫୫) ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ଅସୁସ୍ଥତା କାରଣରୁ ଗତ ଶୁକ୍ରବାର ରାତ୍ରିରେ ମୃତ୍ୟୁବରଣ  କରିଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ ଚିତାବେଡ଼ା ଗ୍ରାମର ପଦମାନ ଏବଂ ମନମତି ଆଗରୁ ବହୁବାର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇ କିଛି ଟଙ୍କା ରୋଜଗାର କରି ଘରକୁ ଫେରନ୍ତି।ତେବେ ଗତ ପ୍ରାୟ ୨୫ ଦିନ ତଳେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ହାଇଦ୍ରାବାଦ ଅଞ୍ଚଳର କୌଣସି ଏକ ଗ୍ରାମର ଇଟା ଭାଟିରେ କାମ କରିବା ପାଇଁ ଯାଇଥିଲେ। ତେବେ ଗତ ଗୁରୁବାର ଦିନ ମନମତିଙ୍କ ହଠାତ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଜ୍ଵର ଅଧିକ ହେବା ସହ ବାନ୍ତି ଏବଂ ଶରୀର ପୀଡ଼ା ହୋଇଥିଲା। ଠିକାଦାର ଏହି ଖବର ପାଇବା ପରେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ପୁଣି ଥରେ ଶ୍ରମିକ ମାନେ ରହୁଥିବା ଘରେ ଝାଡ଼ି ଦେଇଥିଲେ।

ପୁଣି ଥରେ ଶୁକ୍ରବାର ଦିନ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ଶେଷରେ ଘରେ ହିଁ ଶୁକ୍ରବାର ଦିନ ରାତ୍ରି ପ୍ରାୟ ୧୧ ଘଣ୍ଟା ସମୟରେ ମାନମତିଙ୍କ ମୃତ୍ୟୁ ହୋଇ ଯାଇଥିଲା।ପରେ ଠିକାଦାର ଏକ ଆମ୍ବୁଲାନ୍ସ ଯୋଗେ ଝରିଗାଁ ପଠାଇବାର ବ୍ୟବସ୍ଥା କରିଥିଲେ। ଗତକାଲି ରାତ୍ରି ୧୧ଟା  ସମୟରେ ମର ଶରୀର ଗାଁରେ ପହଞ୍ଚିବା ପରେ ଆଜି ସକାଳୁ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ ହୋଇଥିଲା। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe