ଝିଅ ଜନ୍ମ ଦେଲେ ବୋଲି ନିର୍ଯାତନା:ଦୀର୍ଘ ଦିନ ଧରି ଶାଶୁ ଘରେ ନଜର ବନ୍ଦୀ ଥିଲେ ମହିଳା

Advertisment
ଝିଅ ଜନ୍ମ ଦେଲେ ବୋଲି ନିର୍ଯାତନା:ଦୀର୍ଘ ଦିନ ଧରି ଶାଶୁ ଘରେ ନଜର ବନ୍ଦୀ ଥିଲେ ମହିଳା

ନବରଙ୍ଗପୁର: ବିବାହ ପରେ ଯୌତୁକ ପାଇଁ ଦିଆଯାଉଥିଲା ନିର୍ଯାତନା। କନ୍ୟା ସନ୍ତାନ ଜନ୍ମ ହେବାପରେ ନିର୍ଯାଚନାର ପରିମାଣ ବଢି ଯାଇଥିଲା। ତେଣୁ ସେ ଦୀର୍ଘ ଦିନ ଧରି ବାପା ଘରକୁ ଆସି ରହିଥିଲେ। ଓକିଲ ଏବଂ ଭଦ୍ରଲୋକଙ୍କ ଦ୍ୱାରା ଆପୋଷ ମିଳାମିଶା କରାଯିବାରୁ ପୁଣି ଶାଶୁ ଘରକୁ ଯାଇଥିଲେ। କିନ୍ତୁ ଶାଶୁ ଘର ଲୋକଙ୍କ ବ୍ୟବହାରରେ କୌଣସି ପରିବର୍ତନ ହୋଇ ନଥିଲା। ତାଙ୍କୁ ନଜରବନ୍ଦୀ କରି ଦୀର୍ଘ ଦିନ ଧରି ରଖାଯାଇଥିଲା। ସ୍ଥାନୀୟ ପୁଲିସ ତାଙ୍କୁ ଉଦ୍ଧାର କରିବା ପରେ ସେ ବର୍ତମାନ ନିଜ ବାପାଙ୍କ ଘରେ ରହୁଥିବା ନେଇ ନବରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି ନବରଙ୍ଗପୁର ସହର ପିଏଚଡି କଲୋନି ର ଓ୍ଵାଇ.ସୁବାସିନୀ (୩୨)।

୨୦୧୩ ମସିହାରେ ଛତିଶଗଡର ଭିଲାଇ ସହରରେ ରହୁଥିବା ଓ୍ଵାଇ. ଶ୍ରୀନିବାସଙ୍କୁ ଯଥାରୀତି ବିବାହ କରିଥିଲେ ସୁବାସିନୀ। ବିବାହ ପରେ ଯୌତୁକ ଆଣିବା ପାଇଁ ଶାଶୁ ଘରେ ତାଙ୍କ ଉପରେ ଚାପ ପ୍ରୟୋଗ ସହ ନିର୍ଯାତନା ଦିଆଯାଇଥିଲା। ଏହାପରେ କନ୍ୟା ସନ୍ତାନ ଜନ୍ମ ହେବାରୁ ନିର୍ଯାତନା ବଢି ଯାଇଥିଲା। ତେଣୁ ବହୁବାର ନିର୍ଯାତନା ଅସହ୍ୟ ହେଲେ ସେ ବାପା ଘରକୁ ଚାଲି ଆସି ରହୁଥିଲେ। କିନ୍ତୁ ପରବର୍ତୀ ସମୟରେ ସ୍ୱାମୀ କିମ୍ବା ଅନ୍ୟ କେହି ନେବାକୁ ଆସୁନଥିଲେ। ଏପରିକି ଗତ ୫ବର୍ଷ ମଧ୍ୟରେ ୩ଥର ଆପୋଷ ଆଲୋଚନା ମଧ୍ୟରେ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଶାଶୁ ଘରକୁ ଚାଲିଗଲେ ପୁଣି ନିର୍ଯାତନା ଆରମ୍ଭ ହୋଇଯାଉଥିଲା। ଗତ ନଭେମ୍ବର ମାସରେ ସେ ଶ୍ୱଶୁର ଘରକୁ ଯାଇଥିବା ବେଳେ ତାଙ୍କୁ ସେଠାରେ ନଜରବନ୍ଦୀ କରି ରଖାଯାଇଥିଲା। ବାହାରକୁ ବି ଛଡା ଯାଉନଥିଲା।

ଠିକ୍‌ ଭାବେ ଖାଇବା ପିଇବା କୁ ଦିଆଯାଉ ନଥିଲା। ଏମିତି କି ରୋଷେଇ ଘରେ ଗ୍ୟାସ ଲିକ୍‌ କରାଯାଉଥିଲା। ଶେଷରେ ସ୍ଥାନୀୟ ସାହି ବାସିନ୍ଦା ଓ ଭିଲାଇ ପୁଲିସର ସହାୟତାରେ ମାର୍ଚ୍ଚ ୨୩ ତାରିଖ ଦିନ ତାଙ୍କୁ ଶାଶୁ ଘରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହେବାର ଗୋଟିଏ ଦିନ ପରେ ଭିଲାଇ ପୁଲିସ ନିକଟରେ ନିର୍ଯାତନା ସଂପର୍କରେ ସେ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ଅଭିଯୋଗକୁ ୪ମାସ ବିତି ଯାଇଥିଲେ ବି ସେଠାକାର ପୁଲିସ ଶାଶୁ ଘର ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେଣୁ ବାଧ୍ୟ ହୋଇ ସେ ଆଜି ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ସ୍ୱାମୀ, ଶାଶୁ, ୨ନଣନ୍ଦ ଓ ୨ ନଣେନ୍ଦେଇଙ୍କ ବିରୋଧରେ ଏତଲା ଦେବାପରେ ପୁଲିସ କେସ ନଂ ୧୩୯/୧୮ରେ ମାମଲା ରୁଜୁ ହୋଇ ତଦନ୍ତ କରୁଥିବା ଥାନା ଅଧିକାରୀ ତାରିକ ଅହମ୍ମଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe