ଡାବୁଗାଁ (ସଂଜୟ ପାଢ଼ୀ): ଜଙ୍ଗଲରେ ଶୁଖିଲା ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ଜଣେ ବୃଦ୍ଧା ମହିଳା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ତେବେ ମାନବିକତା ଦେଖାଇ ନବରଙ୍ଗପୁରଜିଲ୍ଲା ଡାବୁଗାଁ ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ ଓ ପିଇଓ ମହିଳାଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁତର ମହିଳା ଡାବୁଗାଁ ବ୍ଲକ ଅଞ୍ଚଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିକାଗୁଡ଼ାର ଜେମା ପୂଜାରୀ (୬୦)।
ସୂଚନା ଅନୁଯାଇ ସିନ୍ଧିକାଗୁଡ଼ାର ବୃଦ୍ଧା ଜେମା ପୂଜାରୀ ଗୁରୁବାର ଦିନ ପ୍ରାୟ ୧ ଘଣ୍ଟ ସମୟରେ ଶୁଖିଲା ଜାଳେଣି କାଠ ସଂଗ୍ରହ କରିବାକୁ ନିକଟ କୁମାର ଡଙ୍ଗରି ଜଙ୍ଗଲକୁ ଯାଇଥିଲେ। ତେବେ ଜଙ୍ଗଲ ମଧ୍ୟରୁ ହଠାତ୍ ଏକ ମାଈ ଭାଲୁ ସହ ଦୁଇଟି ଛୋଟ ଭାଲୁ ଦେଖା ଦେଇଥିଲେ। ମାଈ ଭାଲୁ ଜେମା ପୂଜାରୀଙ୍କୁ ଅତର୍କିତ ପଛ ପଟୁ ଆକ୍ରମଣ କରିଥିଲା। ଏଥିରେ ଜେମା ପୂଜାରୀଙ୍କ ଡାହାଣ ଜଙ୍ଘ କ୍ଷତାକ୍ତ ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପ୍ରାଣ ବିକଳରେ ଜେମା ଚିତ୍କାର କରିବାରୁ ଦୁଇଟି ଛୋଟ ଭାଲୁ ଛୁଆ ସହ ମା ଭାଲୁ ସେଠାରୁ ଚାଲି ଯାଇଥିଲେ।
ଆହୁରି ପଢ଼ନ୍ତୁ: Ex Army Chief Book: ପୁସ୍ତକ ଲେଖିବା ପୂର୍ବରୁ ଅନୁମତି ନେବେ ସେନା ଅଧିକାରୀ! ସରକାର ଆଣିବେ ନୂତନ ନିୟମ
ଜଙ୍ଗଲ ମଧ୍ୟରୁ ଗୁରୁତର ଜେମା ପୂଜାରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଏମ୍ବୁଲାନ୍ସକୁ ଫୋନ କରିଥିଲେ ସୁଦ୍ଧା ଦୀର୍ଘ ସମୟ ଧରି ଏମ୍ବୁଲାନ୍ସ ଆସି ନ ଥିଲା। ତେବେ ଅଞ୍ଚଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ରମେଶ ମାଝୀ ସହ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ ଓ ପିଇଓ ଏଡି ପ୍ରସାଦ ସିନ୍ଧିକାଗୁଡ଼ାରେ ଏକ ଉନ୍ନୟନ କାର୍ଯ୍ୟର ତଦାରଖ କରୁଥିବା ସମୟରେ ଗ୍ରାମର ଜଣେ ବୃଦ୍ଧା ମହିଳା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ଛଟପଟ ହେଉଥିବା ଖବର ପାଇଥିଲେ। ତୁରନ୍ତ କନିଷ୍ଠ ଯନ୍ତ୍ରୀ ସରପଞ୍ଚ ଓ ପିଇଓଙ୍କ ସହାୟତାରେ ତାଙ୍କ ନିଜ କାରରେ ରକ୍ତ ଜୁଡୁ ବୁଡୁ ମହିଳା ଜେମା ପୂଜାରୀଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ।
ଆହୁରି ପଢ଼ନ୍ତୁ: Cricket: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଇଟାଲିର ପ୍ରଥମ ବିଜୟ
ପ୍ରାଥମିକ ଚିକିତ୍ସା ପରେ ଜେମା ପୂଜାରୀଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ମହିଳା ଙ୍କୁ ମାନବିକତା ଦେଖାଇ ମେଡିକାଲରେ ତୁରନ୍ତ ଭର୍ତ୍ତି କରିଥିବା ଡାବୁଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଚୌଧୁରୀ ଓ ପିଇଓ ଏଡି ପ୍ରସାଦଙ୍କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/12/untitled-32jpg-2026-02-12-19-03-23.jpeg)