କୋଷାଗୁମୁଡା/ପାପଡ଼ାହାଣ୍ଡି: ନବରଂଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅଞ୍ଚଳରେ ପରକିୟା ପ୍ରୀତି ସନ୍ଦେହରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ନିସ୍ତୁକ ମାଡ଼ ହୋଇଛି। ଡାକ୍ତରଖାନା ଯିବା ରାସ୍ତାରେ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କୋଡିଗାଁ ଥାନା ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଏହି ଖବର ପଢ଼ନ୍ତୁ: ସାଙ୍ଗର ଛୁରାମାଡ଼ରେ ସାଙ୍ଗ ଗୁରୁତର
ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବରୱାଡ଼ା ଗ୍ରାମରେ ବିଳମ୍ବିତ ରାତ୍ରରେ ମଇଦଲପୁର ଥାନା କେନ୍ଦୁଗୁଡା ଗ୍ରାମର ଉମାକାନ୍ତ ହରିଜନଙ୍କୁ ପରକ୍ରିୟା ପ୍ରୀତି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଉମାକାନ୍ତ ଧାନ ଅମଳ କାମ ପାଇଁ ଥ୍ରେସର ମେସିନ ନେଇ ଗତ ଶନିବାର ବରୱାଡା ଗ୍ରାମକୁ ଯାଇଥିଲେ। ସୋମବାର ରାତ୍ରରେ କୌଣସି କାମ ପାଇଁ ନିକଟସ୍ଥ ଜଣଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ପରକ୍ରିୟା ପ୍ରୀତି ସନ୍ଦେହରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ସେ ଗୁରୁତର ହୋଇପଡିଥିଲେ।
ଏହି ଖବର ପଢ଼ନ୍ତୁ: ବିସ୍ଫୋରଣରେ ଉଡ଼ିଥିବା ଯବାନଙ୍କ କ୍ଷତବିକ୍ଷତ ଶରୀର ଖୋଜିଥିଲେ ସାଥୀ ଯବାନ
ପାହାନ୍ତିଆ ସମୟରେ ପରିବାର ଲୋକେ ଖବର ପାଇ ତାଙ୍କୁ ଗୁରୁତର ଅବସ୍ଥାରେ ସେହି ଗାଁରୁ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ସଂଘବୋଧ ଆକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଏନେଇ କୋଡ଼ିଙ୍ଗା ଥାନାରେ ମୃତଙ୍କ ଭାଇ ଚଇନୁ ହରିଜନ ଏତଲା ଦେଇଛନ୍ତି। ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ପାପଡାହାଣ୍ଡି ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉମାକାନ୍ତଙ୍କ ମୃତଦେହ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା। ପରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ପହଞ୍ଚି କ୍ଷତି ପୂରଣ ଦାବି କରି ହୋହଲ୍ଲା କରିଥିଲେ। ନଚେତ ଶବ ବ୍ୟବଛେଦ ପାଇଁ ନେବା ପାଇଁ ରାଜି ହୋଇନଥିଲେ। ଘଟଣାକୁ ନେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଥିଲା। କୋଡ଼ିଙ୍ଗା ଆଇଆଇସି ଯୁଗଳ ଶବର, ପାପଡାହାଣ୍ଡି ତହସିଲଦାର ତପନ ନାୟକ ଓ ପାପଡାହାଣ୍ଡି ଆଇଆଇସି ଦୀପକ କୁମାର ଜେନା ପହଞ୍ଚି ପରିବାର ଲୋକଙ୍କୁ ବୁଝା ସୁଝା କରିଥିଲେ। ରେଡ଼କ୍ରସ ତରଫରୁ ସହାୟତା ପ୍ରଦାନ ଜିଲ୍ଲାପାଳଙ୍କର ବୋଲି କହିଥିଲେ। ବହୁ ସମୟ ଧରି ବୁଝାସୁଝା ପରେ ଶବ ବ୍ୟବଛେଦ ଲାଗି ନବରଙ୍ଗପୁର ପଠାଯାଇଥିଲା।
ଏହି ଖବର ପଢ଼ନ୍ତୁ: ଡବଲ ଡେକର ବସ୍ର ଶୁଭାରମ୍ଭ; ବୁଲିବେ ପ୍ରବାସୀ ଭାରତୀୟ
ଏ ନେଇ କୋଡ଼ିଙ୍ଗା ଆଇଆଇସି ଯୁଗଳ ଶବରଙ୍କୁ ପଚାରିବାରୁ କେସ ନମ୍ବର ୪/୨୫ରେ ମାମଲା ରୁଜୁ ହୋଇଥିବା ଏବଂ ପରକିୟା ପ୍ରୀତି ଯୋଗୁଁ ଏପରି ଘଟଣା ଘଟିଥିବା କହିଛନ୍ତି। ବରୱାଡା ଗ୍ରାମର ୫ ଜଣକୁ ପୁଲିସ ଅଟକ ରଖିଛି। ମୃତ ଉମାକାନ୍ତ ଏକ ମାସ ହେବ ଉକ୍ତ ଅଞ୍ଚଳରେ ଟ୍ରାକ୍ଟର ଓ ଥ୍ରେସର ମେସିନ ନେଇ ଧାନ ଅମଳ କରି ବ୍ୟବସାୟ କରୁଥିଲେ। ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଅସହାୟ ପରିବାରକୁ ସହାୟତା ପ୍ରଦାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଏଚ୍ଏମ୍ପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ