ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୋମବାର ଘଟିଥିବା ନକ୍ସଲ ଆକ୍ରମଣ ଘଟଣାରେ ୮ ଜଣ ଯବାନ ସହିଦ ହୋଇଥିଲେ। ଆଜି ସେମାନଙ୍କର ପାର୍ଥିବଶରୀରଗୁଡ଼ିକ ଦନ୍ତେୱାଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।
ଏହି ଖବର ପଢ଼ନ୍ତୁ: ନକ୍ସଲଙ୍କ ଭୟଙ୍କର ପାଲଟା ଆକ୍ରମଣ: ୮ ଯବାନ ସହିଦ
ସହିଦ ଯବାନଙ୍କ ପାର୍ଥିବ ଶରୀରଗୁଡିକର କଫିନ ପହଞ୍ଚିବା ପରେ ସେମାନଙ୍କର ପରିବାର ଲୋକେ ନିଜ ନିଜର ଭାଇ, ସ୍ବାମୀ, ପୁଅଙ୍କୁ ଚିହ୍ନି ଭୋ ଭୋ ହୋଇ କାନ୍ଦିବାର ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରିଥିଲା। ଜଣେ ମହିଳା ତାଙ୍କର ୪ ମାସର ପୁଅକୁ ଧରି ସ୍ବାମୀଙ୍କ ମରଶରୀର ନିକଟରେ ଭୋଭୋ କାନ୍ଦି ତଳେ ପଡ଼ିଯାଉଥିବା ଦଶ୍ୟ ସମସ୍ତଙ୍କ ଆଖିରୁ ଲୁହ ଝରାଇ ଦେଇଥିଲା।
ଏହି ଖବର ପଢ଼ନ୍ତୁ: ଡବଲ ଡେକର ବସ୍ର ଶୁଭାରମ୍ଭ; ବୁଲିବେ ପ୍ରବାସୀ ଭାରତୀୟ
/sambad/media/media_files/2025/01/07/mkg-dead-body-nikatare-wife-and-child.jpg)
ତେବେ ଏହି ଘଟଣାରେ ସବୁଠାରୁ ହୃଦୟ ବିଦାରକ ଥିଲା ବିସ୍ଫୋରଣରେ ଉଡିଯାଇଥିବା ଯବାନଙ୍କ କ୍ଷତବିକ୍ଷତ ଶରୀରକୁ ସାଥୀ ଯବାନ ଏକ ପଲିଥିନ ଧରି ଖୋଜୁଥିବାର ଦୃଶ୍ୟ। ଯବାନମାନେ କାନ୍ଦିକାନ୍ଦି ଜଂଗଲରେ ଖଣ୍ଡଖଣ୍ଡ ମାଂସ ଖୋଜି ଏକାଠି କରୁଥିବା ଦେଖିବାକୁ ମିଳିଥିଲା। କାହାର ହାତ ଉଡ଼ିଯାଇଥିବା ବେଳେ କାହା ଗୋଡ଼ ଉଡ଼ିଯାଇଥିଲା। ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଶବକୁ ଚିହ୍ନିବା କଷ୍ଟକର ହୋଇପଡୁଥିଲା। ନକ୍ସଲଙ୍କର ଏଭଳି ବଡ଼ଧରଣର ହମଲା କରିବ ବୋଲି ଯବାନ ଜାଣିପାରି ନଥିଲେ। ନକ୍ସଲ ନିଜର ଗଡ଼ ହରାଉଥିବା ବେଳେ ନିଜର ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଯବାନମାନେ ମଧ୍ୟ ଏସଓପି ପାଳନ ନକରି ଖାମଖିଆଲି ଭାବେ ଆସୁଥିଲେ। ଯାହାର ଫାଇଦା ଉଠାଇଲେ ନକ୍ସଲ।
ଏହି ଖବର ପଢ଼ନ୍ତୁ: ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ
ଦନ୍ତେୱାଡ଼ାରେ ସହିଦ ଯବାନଙ୍କ ପାର୍ଥିବ ଶରୀରଗୁଡିକର କଫିନ ପହଞ୍ଚିବା ପରେ ସେମାନଙ୍କର ପରିବାର ଲୋକେ ନିଜ ନିଜର ଭାଇ, ସ୍ବାମୀ, ପୁଅଙ୍କୁ ଚିହ୍ନି ଭୋ ଭୋ ହୋଇ କାନ୍ଦିବାର ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରିଥିଲା। କାନ୍ଦରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଫାଟି ପଡୁଥିଲା। ଇତି ମଧ୍ୟରେ ଜଣେ ମହିଳା ତାଙ୍କର ୪ ମାସର ପୁଅକୁ ଧରି ସ୍ବାମୀଙ୍କ ମରଶରୀର ନିକଟରେ ଭୋଭୋ କାନ୍ଦି ତଳେ ପଡ଼ିଯାଉଥିବା ଦଶ୍ୟ ସମସ୍ତଙ୍କ ଆଖିରୁ ଲୁହ ଝରାଇ ଦେଇଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସମସ୍ତ ପରିଜନଙ୍କୁ ଆଶ୍ବାସନା ଦେବା ସହ ସମବେଦନା ଜଣାଉଥିଲେ। ସେମାନଙ୍କ ସହ ସରକାର ଅଛନ୍ତି ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ଏହି ଖବର ପଢ଼ନ୍ତୁ: ଏଚ୍ଏମ୍ପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/07/mkg-dead-body-nikatare-wife-and-child1.jpg)