ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

Advertisment

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଦଳବେଡା-କଛାରପଡା ରାସ୍ତାରେ ବାଇକ୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଥିବା ଜଣାପଡିଛିl ମୃତ ବ୍ୟକ୍ତି ହେଲେ ଦିବାକର ମାଝୀ (୨୬)।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଦଳବେଡା-କଛାରପଡା ରାସ୍ତାରେ ବାଇକ୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଥିବା ଜଣାପଡିଛିl ମୃତ ବ୍ୟକ୍ତି ହେଲେ ଦିବାକର ମାଝୀ (୨୬)।

ଚୁନା ଘାଟିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଛଅ ଗୁରୁତର

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଦଳବେଡା-କଛାରପଡା ରାସ୍ତାରେ ବାଇକ୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଥିବା ଜଣାପଡିଛିl ମୃତ ବ୍ୟକ୍ତି ହେଲେ ଦିବାକର ମାଝୀ (୨୬)।

ସୂଚନା ଅନୁସାରେ ଦଳବେଡ଼ା ଗ୍ରାମର ଦିବାକର ମାଝୀ ଆଜି ସନ୍ଧ୍ୟାରେ ନିଜ କାମ ସାରି ନିଜ ଗାଁ ଦଳବେଡା ଫେରୁଥିବା ସମୟରେ କଛାରପଡ଼ା ଗ୍ରାମ ନିକଟସ୍ଥ ଏକ କଲଭର୍ଟରେ ଧକ୍କା ହୋଇ ତଳେ ପଡି ଯାଇଥିଲେ। 

ଖବର ପାଇ ଗ୍ରାମବାସୀ ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ଲେଖା ହେବା ସୁଦ୍ଧା ଚନ୍ଦାହାଣ୍ଡି ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe