ନବରଙ୍ଗପୁର :ନବରଙ୍ଗପୁର ସହରର ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଜଣେ ଯୁବକକୁ ନବରଙ୍ଗପୁର ପୁଲିସ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ସହରର ଜଣେ ନାବାଳିକା ଅପହରଣ ଓ ବଳତ୍କାର କରିବା ଅଭିଯୋଗରେ ନବରଙ୍ଗପୁର ସହରର ଗାଦବାଗୁଡା ଅଞ୍ଚଳର ଅମିତ ହରିଜନ ନାମକ ଏକ ଯୁବକକୁ ଗିରଫ କରାଯାଇଛି। ଗତ ନଭେମ୍ବର ମାସ ୨୩ ତାରିଖରେ ନାବାଳିକା ନିଖୋଜ ଥିବା ନେଇ ଗତ ୨୬ ତାରିଖରେ ନବରଙ୍ଗପୁର ଥାନାରେ ନାବାଳିକାର ପରିବାର ଏତଲା ଦେଇଥିଲେ। ନବରଙ୍ଗପୁର ଥାନା ରେ କେସ ନଂ ୨୯୦/୧୯ ରେ ମାମଲା ରୁଜୁ ହୋଇଥିଲା । ଆଜି ଉଭୟଙ୍କ ଡାକ୍ତରୀ ମଇନା ପରେ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆସନ୍ତା କାଲି ଅମିତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us