ଦୁଇ ବାଇକ ମୁଁହାମୁଁହି ଧକ୍କାରେ ଯୁବକ ଗୁରୁତର

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ ଖପରାଡ଼ିହି ଗ୍ରାମ ନିକଟରେ ଦୁଇ ବାଇକ ମୁଁହାମୁଁହି ଧକ୍କା ହେବା ଫଳରେ ବାଇକ ଆରୋହୀ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବାରୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା

accident

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ ଖପରାଡ଼ିହି ଗ୍ରାମ ନିକଟରେ ଦୁଇ ବାଇକ ମୁଁହାମୁଁହି ଧକ୍କା ହେବା ଫଳରେ ବାଇକ ଆରୋହୀ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ଖଇରଭାଡି ଗ୍ରାମର ଚୌଧର ଗୌଡ଼, ସାମନ୍ତ ଗୌଡ଼ ଓ କ୍ଷେମାନିଧି ଗୌଡ଼ ଗୋଟିଏ ବାଇକ ଯୋଗେ କୌଣସି କାର୍ଯ୍ୟ ନିମନ୍ତେ ଖପରାଡ଼ିହି ଗ୍ରାମ ପଟକୁ ଯାଉଥିଲେ।

 ଅନ୍ୟ ପଟରୁ ଖପରାଡ଼ିହି ଗ୍ରାମର ଥଲେଶ୍ୱର ନାଗେଶ(୧୮) ବାଇକ ଯୋଗେ ଆସୁଥିବାବେଳେ ଖପରାଡ଼ିହି ଗ୍ରାମ ନିକଟରେ ଦୁଇ ବାଇକ ମଧ୍ୟରେ ମୁଁହାମୁଁହି ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସମସ୍ତେ ରାସ୍ତାରେ ଛିଟିକି ପଡିଥିବା ବେଳେ ଥଲେଶ୍ୱର ଗୁରୁତର ଆହତ ହୋଇ ତାଙ୍କ ନାକ ଓ ପାଟିରୁ ରକ୍ତସ୍ରାବ ହୋଇଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

 ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବାରୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ଚିକିତ୍ସା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe