ବାଇକ ଧକ୍କାରେ ଯୁବକ ଗୁରୁତର

Advertisment
ବାଇକ ଧକ୍କାରେ ଯୁବକ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସେମଲା ଠାରେ ବସରୁ ଓହ୍ଲାଉଥିବା ଯୁବକ ହରିଶ୍ଚନ୍ଦ୍ର ଡଙ୍ଗ୍ରୀ (୨୩)ଙ୍କୁ ବାଇକ ଧକ୍କା ଦେବାରୁ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ ବନ୍ଧୁଗୁଡା ଗାଁର ହରିଶ୍ଚନ୍ଦ୍ର ସାପ୍ତାହିକ ହାଟ ପାଇଁ ମଇଦଲପୁରକୁ ଯାଇଥିଲେ। ସେଠାରେ କିଣାକିଣି ସାରି ଗାଁକୁ ଫେରିବା ପାଇଁ ଗୋଟିଏ ବସରେ ସେମଲା ଆସିଥିଲେ। ସେମଲା ଠାରେ ବସ୍‌ରୁ ଓହ୍ଲାଇବା ସମୟରେ ତାଙ୍କୁ ଗୋଟିଏ ବାଇକ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନସ ଯୋଗେ ପାପଡାହାଣ୍ଡି ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

ତାଙ୍କ ଅଣ୍ଟା ଓ ଗୋଡ ରେ ଆଘାତ ଲାଗିଥିବାରୁ ନବରଙ୍ଗପୁର ମେଡିକାଲରେ ତାଙ୍କ ପ୍ରାଥମିକ ଚିକିତ୍ସା କରି ପୁଣି କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଭାବେ ଗତ କାଲି ବନ୍ଧୁଗୁଡା ଚର୍ଚ୍ଚର ରେଭ୍‌ ସୁରେନ୍ଦ୍ର ସୁନା ମୋଟର ସାଇକେଲରେ ଯାଉଥିବା ବେଳେ କୁକୁଡାବାଇ ଠାରେ ଅଟୋ ସହ ଧକ୍କା ହେବାରୁ ଆହତ ହୋଇ ନବରଙ୍ଗପୁର ମେଡିକାଲରେ ଚିକିତ୍ସିତ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe