ରକ୍ତ ଶିକୁଳିରେ ପୀଡିତ ପ୍ରସୂତିଙ୍କ ମୃତ୍ୟୁ

Advertisment
ରକ୍ତ ଶିକୁଳିରେ ପୀଡିତ ପ୍ରସୂତିଙ୍କ ମୃତ୍ୟୁ

ନବରଙ୍ଗପୁର: ରକ୍ତ ଶିକୁଳିରେ ପୀଡିତ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଜଣେ ପ୍ରସୂତିଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତକ କାମତା ଗାଁର ହେମନ୍ତ ହିଆଲଙ୍କ ପତ୍ନୀ ବନିତା ହିଆଲ (୩୦) ବୋଲି ଜଣାପଡିଛି। ଗତ ୨୭ ତାରିଖ ଦିନ ତାଙ୍କୁ ନବରଙ୍ଗପୁର ମେଡିକାଲରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ରକ୍ତ ଶିକୁଳିରେ ପୀଡିତ ଥିବା ଜାଣିବାରୁ ପ୍ରସବ ପୂର୍ବରୁ ଗୋଟିଏ ୟୁନିଟ ରକ୍ତ ଦିଆଯାଇଥିଲା। ଏହାପରେ ବନିତା କନ୍ୟା ସନ୍ତାନ ପ୍ରସବ କରିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତେଣୁ ଗତ ୨୮ତାରିଖ ଦିନ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପୁଣି ୨୯ତାରିଖ ଦିନ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିଲେ।

କିନ୍ତୁ ଗତକାଲି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ବନିତାଙ୍କୁ ନିଜ ଗ୍ରାମ କାମତା ଅଣାଯାଇଥିଲା। ଶୋକାକୁଳ ପରିବେଶରେ ଶେକକୃତ୍ୟ ସଂପନ୍ନ ହୋଇଛି। ପୂର୍ବରୁ ବନିତାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ଏହା ତାଙ୍କର ତୃତୀୟ ପ୍ରସବ ଥିଲା। ନବଜାତ ଶିଶୁ କନ୍ୟାକୁ ନବରଙ୍ଗପୁର ମେଡିକାଲର ଏସଏନସିୟୁରେ ରଖି ଚିକିତ୍ସା କରାଯାଉଛି। ସେହିପରି ଗତ ୨୪ ତାରିଖ ଦିନ ସେହି ଗାଁର ଭରତ ବେପାରୀଙ୍କ ୩ ମାସର ଶିଶୁକୁ ନେଇ ନବରଙ୍ଗପୁର ମେଡିକାଲରୁ କାମତା ଯିବା ରାସ୍ତାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା। ଅଳ୍ପ ଦିନ ମଧ୍ୟରେ ଗାଁର ଜଣେ ଶିଶୁ କନ୍ୟା ଏବଂ ପ୍ରସୂତିଙ୍କ ମୃତ୍ୟୁ ହେବାରୁ ଗାଁରେ ବଡ ଦିନ ଓ ନବ ବର୍ଷ ପାଳନ ଫିକା ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe