ନବରଙ୍ଗପୁର ଜିଲ୍ଲାରେ କରୋନା ମୁକାବିଲା ପାଇଁ ୨୫ ଲକ୍ଷ ଦେଲେ ବିଧାୟକ ସଦାଶିବ ପ୍ରଧାନୀ

Advertisment
ନବରଙ୍ଗପୁର ଜିଲ୍ଲାରେ କରୋନା ମୁକାବିଲା ପାଇଁ ୨୫ ଲକ୍ଷ ଦେଲେ ବିଧାୟକ ସଦାଶିବ ପ୍ରଧାନୀ

ନବରଙ୍ଗପୁର: କରୋନାକୁ ଆଖି ଆଗରେ ରଖି ଏହାର ମୁକାବିଲା ପାଇଁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ୨୫ ଲକ୍ଷ ଟଙ୍କା ବିଧାୟକ ପାଣ୍ଠି ପ୍ରଦାନ ପାଇଁ ଚିଠି ଲେଖିଛନ୍ତି। ଏହି ଅର୍ଥରେ କରୋନା ମୁକାବିଲା କରିବା ପାଇଁ ଅଧିକ ସଂଖ୍ୟକ ଲୋକ ନିୟୋଜିତ କରିବା, ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପାଇଁ ଆବଶ୍ୟକିୟ ଜିନିଷ ପତ୍ର କ୍ରୟ କରିବା, ଅସ୍ଥାୟୀ ଶିବିର ପାଇଁ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା କରିବା, ଆମ୍ବୁଲାନସ ଓ ତତ୍ ସମ୍ବନ୍ଧୀୟ ବ୍ୟବସ୍ଥା, ରୋଗୀ ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବା, ଆଦି ଆଇସୋଲେସନ କେନ୍ଦ୍ର ଗୁଡିକରେ ଖର୍ଚ୍ଚ କରିବା ପାଇଁ ଏହି ଅର୍ଥ ବିନିଯୋଗ ହେବ।

ଏହି ଅର୍ଥ ମଧ୍ୟରୁ ୨୦୧୯-୨୦ ବିଧାୟକ ପାଣ୍ଠିରୁ ୧୫ ଲକ୍ଷ ଓ ୨୦୨୦-୨୧ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଭରଣା ହେବ। ଏଥି ପୂର୍ବରୁ ସେ ନିଜର ୩ ମାସର ଦରମା ୧ ଲକ୍ଷ ୫ ହଜାର ଟଙ୍କା ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ। ବିଧାୟକ ସଦାଶିବ ପ୍ରଧାନୀ କରୋନା ଭଳି ଭୟଙ୍କର ଅଦୃଶ୍ୟ ଶକ୍ତିର ମୁକାବିଲା କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ବିଧାୟକ ଶ୍ରୀ ପ୍ରଧାନୀଙ୍କୁ ବିଭିନ୍ନ ମହଲରେ କୃତଜ୍ଞତା ଜ୍ଞାପନ କରାଯାଇଛି। ପୂର୍ବରୁ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ବିଧାୟକ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଏବଂ ସାଂସଦ ରମେଶ ଚନ୍ଦ୍ର ମାଝୀ ସାଂସଦ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe