ପୁଅ ସହ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା ଲିଙ୍ଗା, ନାରାୟଣପାଟଣା ଜୋନ୍‌ରୁ ଲଢ଼ିବେ

ପୁଅ ସହ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା ଲିଙ୍ଗା, ନାରାୟଣପାଟଣା ଜୋନ୍‌ରୁ ଲଢ଼ିବେ

କୋରାପୁଟ : କୋରାପୁଟରର ନାରାୟଣପାଟଣା ଜିଲ୍ଲାପରିଷଦ ଜୋନ୍‌ ପାଇଁ ପୁଅ ନାଚିକା ରବି ସହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା। ଗୋଟିଏ ଘରୁ ଦୁଇ ଜଣ ପ୍ରାର୍ଥୀ ହେଉଥିବା ବେଳେ ଏଭଳି କରିବା ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ। ନିଶ୍ଚିତ ରୂପେ କିଛି ଉଦ୍ଦେଶ୍ୟ ରହିଥାଇପାରେ ବୋଲି ଅନୁମାନ କରାଯାଉଛି। ଏହାକୁ ନେଇ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ପୁଲିସ ପାଇଁ ମୋଷ୍ଟ ଵାଣ୍ଟେଡ ଥିବା ନାଚିକା ଲିଙ୍ଗା ଆତ୍ମସମର୍ପଣ କରିବା ପରେ କୋରାପୁଟ ଜେଲ୍‌ରୁ ୨୦୨୦ ମସିହାରେ ମୁକୁଳିଥିଲେ। ୫୦ରୁ ଅଧିକ ମାମଲାରେ ଜଡିତ ନାଚିକା ଅଧିକା˚ଶ ମାମଲାରୁ ଖଲାସ ହୋଇ ସାରିଛନ୍ତି। ତାଙ୍କ ନାମରେ ଏବେ ଗୋଟିଏ ମାମଲା ବିଚାରାଧୀନ ରହିଛି। ବର୍ତ୍ତମାନ ନାରାୟଣପାଟଣା ଜିଲ୍ଲା ପରିଷଦ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲ ପରେ କହିଥିଲେ ଯେ, ୨୦୦୦ ମସିହାରୁ ଗଣତାନ୍ତ୍ରିକ ପଦ୍ଧତିରେ ଆମେ ରହିଛୁ। ଆଇନ ଅନୁସାରେ ଆମେ ସକ୍ରିୟ ଗଣତାନ୍ତ୍ରିକ ପଦ୍ଧତ୍ତିରେ ରହି ଲୋକତନ୍ତ୍ରରେ ଭାଗ ନେବୁ। ଗାଁରେ ରହିଥିବା ଜମି ସମସ୍ୟାର ସମାଧାନ, ସାକ୍ଷରତା ହାର ବୃଦ୍ଧି ସହ ଆଦିବାସୀ, ମୂଲିଆ ଓ ଶ୍ରମିକଙ୍କ ପାଇଁ ଲଢ଼େଇ ଜାରି ରହିବ। ଅନ୍ୟପଟେ ନାଚିକା ପ୍ରାର୍ଥୀ ହେବା ପରେ ନାରାୟଣପାଟଣାରେ ନିର୍ବାଚନ ଅଧିକ ଉଷ୍ମ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe