ଘରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଖାଳିଆମେଣ୍ଟା ପଞ୍ଚାୟତ ଜାମୁବାହାଳି ଗ୍ରାମର ଏକ ଘରୁ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ବାସନ୍ତୀ ହେମ୍ବ୍ରମ (୩୫)। ପ୍ରାପ୍ତ ସୂଚନା ଅନୁସାରେ, ଜାମୁବାହାଳି ଗ୍ରାମର ଲୋକନାଥ ହେମ୍ବ୍ରମଙ୍କ ପତ୍ନୀ। ବାସନ୍ତୀ ଶାଶୂଶଶୁରଙ୍କ ସହ ଘରେ ରହୁଥିଲେ।

ଲୋକନାଥ ଚେନ୍ନାଇର ଏକ କମ୍ପାନିରେ କାମ କରୁଛନ୍ତି। ସବୁଦିନ ଭଳି ଗତକାଲି ବାସନ୍ତୀ ଓ ଶାଶୂଶଶୁର ନିଜନିଜ କୋଠରିରେ ଶୋଇଥିଲେ। ସକାଳୁ ଶଶୁର ଚକ୍ରଧର ଉଠିବାବେଳକୁ ବୋହୂ ବାସନ୍ତୀଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ସମ୍ପର୍କୀୟ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ।

ବାସନ୍ତୀଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ହାତର ଶଙ୍ଖା ଭାଙ୍ଗିଯାଇଛି। ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପୁତୁରା କେନ୍ଦୁଝରର ମଳୟ ମୁର୍ମୁ ଅଭିଯୋଗ କରିଛନ୍ତି। ଏନେଇ ଚକ୍ରଧର ଆଜି ଅପରାହ୍‌ଣରେ ଘସିପୁରା ଥାନାରେ ଏତଲା ଦେଇଛନ୍ତି। ବୋହୂକୁ କେହି ହତ୍ୟା କରିଥିବା ସେ ଅଭିଯୋଗ କରିିଛନ୍ତି। ଖବର ଲେଖାଯିବା ବେଳକୁ ପୁଲିିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe