ଆଜି ଝାରସୁଗୁଡ଼ା ଆସିବେ ନଡ୍ଡା

ଆଜି ଝାରସୁଗୁଡ଼ା ଆସିବେ ନଡ୍ଡା

Mumbai Mirror

ଝାରସୁଗୁଡ଼ା: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ଗୁରୁବାର ଅପରାହ୍‌ଣ ୪ଟାରେ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ ଶ୍ରୀ ନଡ୍ଡା। ଏଠାରେ ତାଙ୍କୁ ରାଜ୍ୟସ୍ତରୀୟ ନେତାମ‌ାନେ ସ୍ବାଗତ ସମ୍ବର୍ଦ୍ଧନା ଦେବେ। ଏହାପରେ ଶ୍ରୀ ନଡ୍ଡା ଝାରସୁଗୁଡ଼ାସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ଆସିବେ। ସେଠାରେ ବରଗଡ଼ ଲୋକସଭା କ୍ଷେତ୍ରର କର୍ମକର୍ତ୍ତାଙ୍କ ସହ ବୈଠକ କରିବେ। ବୈଠକ ପରେ ଝାରସୁଗୁଡ଼ାରୁ ବୁର୍ଲା ଅଭିମୁଖେ ବାହାରିବେ ଶ୍ରୀ ନଡ୍ଡା।

ସେଠାରେ ଏମ୍‌ସିଏଲ୍‌ ଗେଷ୍ଟ ହାଉସ୍‌ରେ ରାତ୍ରୀ ଯାପନ କରିବା ପରେ ସକାଳୁ ଏମ୍‌ସିଏଲ୍‌ ହେଲିପ୍ୟାଡ୍‌ରୁ ହେଲିକପ୍ଟର ଯୋଗେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା କଳାହାଣ୍ଡି ଗସ୍ତ କରିବେ। ଭବାନୀପାଟଣାରେ ସକାଳ ୧୧ଟାରେ ପହଞ୍ଚି ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ। ପରେ ଲାଲବାହାଦୁର ଷ୍ଟାଡିୟମରେ ବିଶାଳ ଜନ ସଭାକୁ ସମ୍ବୋଧିତ କରିବେ। ଏହାପରେ ଶ୍ରୀ ନଡ୍ଡା ସର୍କିଟ ହାଉସରେ ପଦ୍ମ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତି ଏବଂ ବୁଦ୍ଧିଜୀବୀଙ୍କୁ ଭେଟିବେ। ଶେଷରେ ଭବାନୀପାଟଣା ଟାଉନ ହଲରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ କରିବେ ଆଲୋଚନା କରିବେ ବୋଲି ବିଜେପି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe