ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଓ ହଳଦିପଦର ଗାଁ ରାସ୍ତା କଡ଼ରେ ଥିବା ଏକ ଖୋଲା ପଡ଼ିଆରୁ ଆଜି ସକାଳେ ଜଣେ ୩୦/୩୫ ବର୍ଷୀୟା ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ କରାଯାଇଛି। ପ୍ରାୟ ଦୁଇଦିନ ତଳେ ଯୁବତୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଖବର ପାଇ ଗୋଳନ୍ତରା ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଳବ ଗାଁ ନିକଟରେ ଥିବା ଗୌଡୟ ମଠ ଅଶ୍ରମଠାରୁ କିଛି ଦୂରରେ ଏକ ବଡ଼ ପଡ଼ିଆର ଗୋଟିଏ କୋଣରେ ଆଜି ସକାଳେ ଜଣେ ଯୁବତୀଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା କେତେକ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଶହଶହ ଲୋକେ ସେଠାରେ ରୁଣ୍ଡ ହୋଇ ଯୁବତୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବାରୁ ତାଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ଯୁବତୀଙ୍କୁ ମୁହଁକୁ ଏକ ପଥରରେ ମଧ୍ୟ ଛେଚି ଦିଆଯାଇଥିବା ସନ୍ଦେହ କରାଯାଉଛି। ଯେହେତୁ ପଡ଼ିଆର ସେହି ପଟ ଅଞ୍ଚଳକୁ କେହି ଯାଆନ୍ତି ନାହିଁ, ତେଣୁ ଯୁବତୀଙ୍କ ମୃତଦେହକୁ କେହି ଦେଖି ପାରି ନ ଥିଲେ। ପ୍ରାୟ ଦୁଇ ଦିନ ତଳୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପାରିପାର୍ଶ୍ୱିକ ଅବସ୍ଥାରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିିବା ଆଶଙ୍କା କରାଯାଉଛି। ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ସହିତ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।।
ବ୍ରହ୍ମପୁର: ପଡ଼ିଆରୁ ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
Advertisment
Follow Us