ଧାମନଗରରେ ଆଦର୍ଶ ବିଦ୍ୟାଳୟ ଉଦଘାଟନ ପୂର୍ବରୁ ବିବାଦ, ଭାଙ୍ଗିଲା ନାମଫଳକ, ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, ଡିଇଓ ଅଟକ

ଧାମନଗରରେ ଆଦର୍ଶ ବିଦ୍ୟାଳୟ ଉଦଘାଟନ ପୂର୍ବରୁ ବିବାଦ, ଭାଙ୍ଗିଲା ନାମଫଳକ, ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, ଡିଇଓ ଅଟକ

ଭଦ୍ରକ: ଧାମନଗର ବ୍ଲକରେ ନବନିର୍ମିତ ଆଦର୍ଶ ବିଦ୍ୟାଳୟ ଶୁକ୍ରବାର (୨୦୨୦ ଜାନୁଆରି ୩୧)ରେ ଉଦ୍‌ଘାଟନ ହେବା ପୂର୍ବରୁ ଏଠାରେ ବିବାଦ ଦେଖାଯାଇଛି। ଉତ୍ତେଜିତ ଲୋକେ ନାମଫଳକ ଭାଙ୍ଗି ଦେଇଛନ୍ତି। ନାମଫଳକରେ ସ୍ଥାନୀୟ ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁସେଠୀଙ୍କ ନାମ ତଳକୁ ରହିବାକୁ ନେଇ ବିବାଦ ଉପୁଜିଛି। ବିଷ୍ଣୁଙ୍କ ସମର୍ଥକମାନେ ଫଳକ ଭାଙ୍ଗିଦେବା ସହ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁଙ୍କୁ ଅଟକ ରଖି କଇଫତ ତଲବ ମାଗିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଧାମନଗରରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ରାତି ପ୍ରାୟ ୧୦ଟାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

publive-image

ବିଷ୍ଣୁଙ୍କ ସମର୍ଥକଙ୍କ ଯୁକ୍ତି ହେଉଛି ଯେ, ସାଂସଦ ମଞ୍ଜୁଲତା ମଣ୍ଡଳ ଉଦ୍‌ଘାଟକ ଭାବେ ଯୋଗଦେଉଥିବାରୁ ତାଙ୍କ ନାମ ପ୍ରଥମେ ରହିବା ଯୁକ୍ତିସଂଗତ ଏବଂ ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀ ହୋଇଥିବାରୁ ତାଙ୍କ ସ୍ଥାନ ଦ୍ୱିତୀୟ ସ୍ଥାନରେ ରହିବା କଥା। କିନ୍ତୁ ଦ୍ୱିତୀୟ ସ୍ଥାନରେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟମୋକେଶ ରାୟଙ୍କ ନାମ ରହିଥିବା ବେଳେ ତୃତୀୟ ସ୍ଥାନରେ ଭଣ୍ଡାରିପୋଖାରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନାମ ରହିଛି। ଏବଂ ତାଙ୍କ ତଳକୁ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନାମ ରହିଛି। ବିଷ୍ଣୁଙ୍କ ନାମ ତଳକୁ ରହିଛି ଭଦ୍ରକ ଓ ବାସୁଦେବପୁର ବିଧାୟକଙ୍କ ନାମ ରହିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe