ଶତାଧିକ ମହିଳାଙ୍କ ନେତୃତ୍ବ ନେଉଛନ୍ତି ନମିତା

Advertisment
ଶତାଧିକ ମହିଳାଙ୍କ ନେତୃତ୍ବ ନେଉଛନ୍ତି ନମିତା

ନାକଟିଦେଉଳ: ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସାହେବି ଗ୍ରାମରେ ନମିତା (୩୦)। ଯୁକ୍ତ ଦୁଇ ପଢି ସାରିଲା ପରେ ସେହି ଗ୍ରାମରେ ହିଁ ବିବାହ କରିଥିଲେ। ଘରର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ ୨୦୧୬ ମସିହାରେ ଗ୍ରାମରେ ଥିବା ଓଁ ସାଇ ରାମ ଏସ୍‌ଏସ୍‌ଜିରେ ନାମ ପଞ୍ଜୀକରଣ କରିଥିଲେ। ଗ୍ରୁପର ମହିଳାଙ୍କୁ ନେଇ ବାଉଁଶରେ ଡଲା, ଟୋକେଇ ଏବଂ ପଥରରେ ଉପକରଣ ତିଆରି କରି ଦୁଇ ପଇସା ରୋଜଗାର କରୁଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ବ୍ଲକ୍‌ ପ୍ରଶାସନ ପକ୍ଷରୁ ତାଙ୍କୁ ପଞ୍ଚାୟତର ଏମ୍‌ବିକେ ଭାବେ ମନୋନୀତ କରାଯାଇଥିଲା।

ସେ ଏବେ ୬୦ ଟି ଗ୍ରୁପର ମୋଟ୍‌ ୬୧୫ ଜଣ ମହିଳାଙ୍କ ନେତୃତ୍ୱ ନେଉଛନ୍ତି। ମହିଳାମାନେ ବ୍ୟାଙ୍କରୁ ଋଣ ନେଇ ବ୍ରଏଲର ଓ ଦେଶୀ କୁକୁଡ଼ା ଫାର୍ମ, ପଂଚାୟତ ପୋଖରୀ ନିଲାମ ନେଇ ବତକ ଓ ମାଛ ଚାଷ, ଛେଳି ଚାଷ କରୁଛନ୍ତି। ସେସବୁକୁ ବିକ୍ରି କରି ଗୋଟିଏ ଗୋଟିଏ ଗ୍ରୁପ ମାସିକ ୨୦ରୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହା ସହ ସେ ନିଜେ ଘରେ ଏକ ଜେରକ୍ସ ମେସିନ ରଖି ଭଲ ପଇସା ରୋଜଗାର କରୁଛନ୍ତି। ସେ ନିଜେ ଉଦ୍ୟାଗୀ ମହିଳା ଭାବେ ନିଜର ପରିଚୟ ସୃଷ୍ଟି କରିବା ସହ ଶତାଧିକ ମହିଳାଙ୍କୁ ରୋଜଗାରର ବାଟ ଦେଖାଇ ପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe