ଗୋଷ୍ଠୀ ସଂଘର୍ଷ ପରେ ତିନିଦିନ ହେଲା ନାରଙ୍ଗପୁର ବଜାର ବନ୍ଦ

Advertisment
ଗୋଷ୍ଠୀ ସଂଘର୍ଷ ପରେ ତିନିଦିନ ହେଲା ନାରଙ୍ଗପୁର ବଜାର ବନ୍ଦ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନାରଙ୍ଗପୁରରେ ଦୁର୍ଗାପୂଜାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷପରେ ଆଜି ତୃତୀୟ ଦିନରେ ବଜାର ବନ୍ଦ ରହିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ରହିଥିବାରୁ ବଜାରରେ ପୁଲିସ୍ ମୁତୟନ କରାଯାଇଛି। ଆଜି ଅପରାହ୍ଣରେ ଆନନ୍ଦପୁର ଏସ୍ଡ଼ିପିଓ ଅନୀଲ ବେଉରିଆ ନାରଙ୍ଗପୁରରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଶାନ୍ତି ବୈଠକ ଡାକିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ନଥିଲା। ଥାନାରେ ମାମଲା ହୋଇଥିବା ବ୍ୟକ୍ତିମାନେ ନଆସିବାରୁ ଶାନ୍ତିକମିଟି ବୈଠକ ହୋଇପାରି ନଥିଲା। ଆସନ୍ତାକାଲି ପୂର୍ବାହ୍ଣ ୧୦ଟାରେ ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ସୂଚନାଯୋଗ୍ୟ ଦୁର୍ଗାପୂଜାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିବାବେଳେ ୧୮ତାରିଖ ଅପରାହ୍ଣରେ ଗୋଟିଏ ଗୋଷ୍ଠୀ ପୂଜାକମିଟିର ସଦସ୍ୟଙ୍କୁ ଆକ୍ରମଣ କରିବା ସହିତ ଘରେ ପଶି ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe