ଟିକେଟ ନ ମିଳିବାରୁ ପୂର୍ବତନ ବିଧାୟକ ନାରାୟଣ ରାଓଙ୍କ ସମର୍ଥକ ଅସନ୍ତୋଷ ଜାହିର କଲେ

Advertisment
 ଟିକେଟ ନ ମିଳିବାରୁ ପୂର୍ବତନ ବିଧାୟକ ନାରାୟଣ ରାଓଙ୍କ ସମର୍ଥକ ଅସନ୍ତୋଷ ଜାହିର କଲେ

ପାରଳାଖେମୁଣ୍ଡି:  ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା କେତେକ ନେତା ଓ ତାଙ୍କର ସମର୍ଥକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି ଘଟଣା ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି। ଏଠାରେ ଦଳ ପକ୍ଷରୁ କଲ୍ୟାଣୀ ଗଜପତିଙ୍କୁ ଟିକେଟ ଦିଆଯିବାରୁ ପୂର୍ବତନ ବିଧାୟକ ତଥା ସ୍ଥାନୀୟ ବିଜେଡି  ନେତା ନାରାୟଣ ରାଓଙ୍କ ସମର୍ଥକ ହଙ୍ଗମା କରିଛନ୍ତି। ସେମାନେ ଗଜପତି ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଏଥିସହ ତାଙ୍କ ସମର୍ଥନରେ ୩୦ ଜଣ ସରପଞ୍ଚ ଓ ୨ ଜଣ ବ୍ଲକ ଅଧ୍ୟକ୍ଷ ଦଳ ଛାଡ଼ିବେ ବୋଲି ସୂଚନା ଦେଇଛନ୍ତି। ୨୦୧୪ ରେ ନାରାୟଣ ରାଓ ବିଜେଡି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe