ନୃଶଂସ ବାପାର ନାରକୀୟକାଣ୍ଡ: ପୁଅକୁ ଟାଙ୍ଗିଆରେ ହାଣିଲା

Advertisment

ପାରିବାରିକ କଳହରୁ ନାରକୀୟକାଣ୍ଡ ଭିଆଇଛି ଜଣେ ବାପା। ଶୋଇଥିଲାବେଳେ ନିଜ ପୁଅକୁ ଟାଙ୍ଗିଆରେ ହାଣି ନିର୍ମମଭାବେ ଜୀବନ ନେଇଛି। ନୂଆଗାଁ ବ୍ଲକ ଅନ୍ତର୍ଗତ ଗାଇଁଜର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ପାରିବାରିକ କଳହରୁ ନାରକୀୟକାଣ୍ଡ ଭିଆଇଛି ଜଣେ ବାପା। ଶୋଇଥିଲାବେଳେ ନିଜ ପୁଅକୁ ଟାଙ୍ଗିଆରେ ହାଣି ନିର୍ମମଭାବେ ଜୀବନ ନେଇଛି। ନୂଆଗାଁ ବ୍ଲକ ଅନ୍ତର୍ଗତ ଗାଇଁଜର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

killed

ରାଉରକେଲା: ପାରିବାରିକ କଳହରୁ ନାରକୀୟକାଣ୍ଡ ଭିଆଇଛି ଜଣେ ବାପା। ଶୋଇଥିଲାବେଳେ ନିଜ ପୁଅକୁ ଟାଙ୍ଗିଆରେ ହାଣି ନିର୍ମମଭାବେ ଜୀବନ ନେଇଛି। ନୂଆଗାଁ ବ୍ଲକ ଅନ୍ତର୍ଗତ ଗାଇଁଜର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତକ ହେଲେ ବସନ୍ତ ଓରାମ (୩୮)। ପୁଲିସ ହତ୍ୟାକାରୀ ବାପ ଜଟ ଓରାମ (୬୫)କୁ ଗିରଫ କରି କୋର୍ଟଚାଲାଣ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇଛି। ମୃତ ବସନ୍ତଙ୍କ ବଡ଼ଭାଇଙ୍କ ଲିଖିତ ଏତଲା ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ନୂଆଗାଁ ବ୍ଲକ ଗାଇଁଜରରେ ଜଟ ଓରାମ ଓ ତାଙ୍କ ପରିବାର ରୁହନ୍ତି। ଅନେକ ସମୟରେ ପାରିବାରିକ କାରଣକୁ ନେଇ ଜଟ ଓ ତାଙ୍କ ପୁଅ ବସନ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ। ମଙ୍ଗଳବାର ରାତିରେ ମଧ୍ୟ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। 

ବସନ୍ତ ଖାଇ ସାରି ନିଜ କୋଠରିରେ ଶୋଇଥିଲେ। ସେ ଶୋଇଯିବା ପରେ ଜଟ ହିତାହିତ ଜ୍ଞାନ ଭୁଲି ଘରେ ଥିବା ଟାଙ୍ଗିଆ ନେଇ ପୁଅର ବେକ ଓ ମୁଣ୍ଡକୁ ହାଣି ପକାଇଥିଲା। ରକ୍ତାକ୍ତ ବସନ୍ତ ନିଜକୁ ବଞ୍ଚାଇବାକୁ ପାଟି କରିଥିଲେ। ପାଟିଶୁଣି ପରିବାରର ଅନ୍ୟ ସଦସ୍ୟ ଦୌଡ଼ି ଆସିବାରୁ ଜଟ ସେଠାରୁ ଦୌଡି ପଳାଇଥିଲା।

ଅଧିକ ପଢ଼ନ୍ତୁ: ଲାଠିକଟାରେ ପ୍ରତିଷ୍ଠା ହେବ କୃଷିଭିତ୍ତିକ ଶିଳ୍ପ

 ପରିବାର ଲୋକେ ଗୁରୁତର ବସନ୍ତଙ୍କୁ ବିଶ୍ରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଗାଇଁଜରରେ ପହଞ୍ଚି ଜଟକୁ ଗିରଫ କରିଥିଲା।

ଅଧିକ ପଢ଼ନ୍ତୁ: କମିସନ୍‌ରେଟ ପୁଲିସ ଓ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ କେବେ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe