ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ବିଧାୟିକା, ସମସ୍ୟା ନେଇ ହେଲେ ଅବଗତ

Advertisment
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ବିଧାୟିକା, ସମସ୍ୟା ନେଇ ହେଲେ ଅବଗତ

ରୁପ୍ରା:  କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ ନିର୍ବାଚିତ ବିଧାୟିକା ମନୋରମା ମହାନ୍ତି ଶୁକ୍ରବାର ପୂର୍ବାହ୍ନରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରିବା ସହିତ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେଇ ଥିଲେ। ଶ୍ରୀମତୀ ମହାନ୍ତି ବିଧାୟକ ଭାବରେ ନିର୍ବାଚିତ ହେବାପରେ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଏହା ତାଙ୍କର ପ୍ରଥମ ପରିଦର୍ଶନ ଥିଲା।

ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ଯୋଗଦେଇ ଅଞ୍ଚଳର ସ୍ବାସ୍ଥ୍ୟସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ମୁଖ୍ୟ ସମସ୍ୟା ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ପଦବି ଶୀଘ୍ର ପୂରଣ ସହ ଅନ୍ୟାନ୍ୟ ସମସ୍ୟା ଉପରେ ଧ୍ୟାନ ଦେବେବୋଲି ପ୍ରତିଶ୍ରୁତି ଦେଇଥିଲେ।

publive-image

ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବେ ନର୍ଲା ବିଡ଼ିଓ ରିପୁନାଥ ସୁନା, ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ୍ ମୁନା, ଏବିଇଓ ସୂର୍ଯ୍ୟଦେବ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସିଡିପିଓ ବିନୋଦିନୀ ପଣ୍ଡା, ଡ଼ ପୁଷ୍ପାରାଣୀ ଚନ୍ଦ୍ରାକର, ପ୍ରଶାନ୍ତ ରଣା, ଫାର୍ମାସିଷ୍ଟ ଶାନ୍ତୁନୁ ପାଣିଗ୍ରାହୀ ପ୍ରମୁଖଙ୍କ ସହ ରୋଗୀ କଲ୍ୟାଣ ସମିତିର ନୂତନ ସଦସ୍ୟ ତଥା ଅନ୍ୟାନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ବିପିଏମ ସବିର କୁମାର ପଧାନ ପରିଚାଳନା କରିଥିବା ବେଳେ ଡ଼ା ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe