କୋରାପୁଟ: ଜୟପୁରରେ ଅର୍ଦ୍ଧ-ନମିତ ହେଲା ଜାତୀୟ ପତାକା

Advertisment
କୋରାପୁଟ: ଜୟପୁରରେ ଅର୍ଦ୍ଧ-ନମିତ ହେଲା ଜାତୀୟ ପତାକା

ଜୟପୁର: ମହାନ ଗାୟିକା ଲତା ମଙ୍ଗେସକରଙ୍କ ବିୟୋଗରେ ଦେଶରେ ୨ ଦିନ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଗୃହ ମନ୍ତ୍ରଣାଳୟର ନିର୍ଦ୍ଧେଶକ୍ରମେ ଫେବ୍ରୁଆରୀ ୬ ଓ ୭ ତାରିଖରେ ‌ରାଷ୍ଟ୍ରୀୟ ଶୋକ ପାଳନ ସହ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଦୁଇ ଦିନ ଜାତୀୟ ପତାକାକୁ ଅର୍ଦ୍ଧ-ନମିତ କରାଯିବ। ଏନେଇ ଜୟପୁର ସହରର ମୁଖ୍ୟ ଟ୍ରାଫିକ ଛକ ଠାରେ ଥିବା ୧୧୦ ଫୁଟର ତ୍ରୀରଙ୍ଗା ପତାକାକୁ ଆଜି ମଧ୍ୟାହ୍ନ ଅର୍ଦ୍ଧ-ନମିତ କରାଯାଇଛି। ଆସନ୍ତାକାଲି ମଧ୍ୟ ଜାତୀୟ ପତାକା ଏଭଳି ରହିବା ପରେ ୮ ତାରିଖ ଦିନ ସକାଳ ୭ଟାରେ ରାଷ୍ଟ୍ରୀୟ ସମ୍ମାନ ସହିତ ପତାକୁ ପୁଣି ଉଚ୍ଚକୁ ନିଆଯିବ ବୋଲି ଜୟପୁର ଉପଜିଲ୍ଲପାଳ ବେଦବର ପ୍ରଧାନ କହିଛନ୍ତି।

ଲତାଜୀଙ୍କ ବିୟୋଗରେ ଜାତୀୟ ପତକା ତଳେ ଶୋକ ପାଳନ କରାଯାଇଛି। ଉପଜିଲ୍ଲାପାଳ ସମେତ ଉପସ୍ଥିତ ସମସ୍ତ ବ୍ୟକ୍ତି ଲତାଜୀଙ୍କୁ ସଙ୍ଗୀତକୁ ମନେ ପକାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିରେ ଜୟପୁର ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ, ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟାଳୟର ଏନ୍‌ସିସି ଲେଫ୍ଟନାଣ୍ଟ ଡ. ଲକ୍ଷ୍ମଣ ପାତ୍ର, ବାରିଣୀପୁଟ ୱାନ୍ ଓଡିଶା ଇନଫେନ୍‌ଟ୍ରି କୋଏର ସୁବେଦାର ମଦନ କୁମାର ରାୟ, ହାବିଲଦାର ସଞ୍ଜିବ କୁମାର, ପୌର କନିଷ୍ଠ ଯନ୍ତ୍ରୀ ଅଜୟ ଜାନି, ସଞ୍ଜୟ କୁମାର ‌‌ଜୈନ, ନିଶାନ୍ ପଟ୍ଟନାୟକଙ୍କ ସମେତ ଏନ୍‌ସିସି କ୍ୟାଡେଟ୍ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe