ଜାତୀୟ କନିଷ୍ଠ ବାଳିକା ହକି ଆରମ୍ଭ: ପ୍ରଥମ ଦିନରେ ଏକତରଫା ମ୍ୟାଚ୍‌

ଜାତୀୟ କନିଷ୍ଠ ବାଳିକା ହକି ଆରମ୍ଭ: ପ୍ରଥମ ଦିନରେ ଏକତରଫା ମ୍ୟାଚ୍‌

ରାଉରକେଲା: ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମଙ୍ଗଲବାରଠାରୁ ୧୩ତମ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ଖେଳାଯାଇଥିବା ସମସ୍ତ ୪ଟି ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ତେବେ ହିମାଚଳ ପ୍ରଦେଶ ଦଳ ଆସିନଥିବାରୁ ଆନ୍ଧପ୍ରଦେଶ ବିପକ୍ଷ ଲିଗ୍‌ ମ୍ୟାଚ୍‌କୁ ବାତିଲ କରାଯାଇଛି। ସେହିଭଳି ଗୋଆ ଦଳ ଆଜି ପହଞ୍ଚିପାରିନଥିବାରୁ ମିଜୋରାମ ଓ ଗେଆ ମ୍ୟାଚ୍‌ ବୁଧବାର ଖେଳାଯିବ। ଉଲ୍ଲେଖଯୋଗ୍ୟ, ପ୍ରତିଯୋଗିତାରେ ଭାଗ ନେବାକୁ ଗୋଆ ଦଳ ଟ୍ରେନରେ ଯାତ୍ରା କରୁଛି। ତେବେ ଟ୍ରେନ୍‌ ଅତ୍ୟଧିକ ବିଳମ୍ବରେ ଚାଲୁଥିବାରୁ ଦଳ ଆଜି ଠିକ୍‌ ସମୟରେ ରାଉରକେଲାରେ ପହଞ୍ଚିପପାରିନି।

publive-image

ଆଜି ପୁଲ୍‌ ଇ’ ଓ ପୁଲ୍‌ ଜି’ର ଦୁଇଟି ଲେଖାଏ ମ୍ୟାଚ୍‌ ଖେଳାଯାଇଥିଲା। ପୁଲ୍‌ ଇ’ରେ ଥିବା ମଧ୍ୟପ୍ରଦେଶ ଦଳ ପୁଡ଼ୁଚେରୀ ବିପକ୍ଷରେ ବୃହତ୍‌ ବିଜୟ ହାସଲକରି ଅଭିଯାନ ଆରମ୍ଭ କରିଛି। ମଧ୍ୟପ୍ରଦେଶ ସଂପୂର୍ଣ୍ଣ ଏକତରଫାଭାବେ ୨୫-୦ ଗୋଲ୍‌ରେ ପୁଡ଼ୁଚେରୀକୁ ପରାସ୍ତ କରିଛି। ଦଳ ପକ୍ଷରୁ ଭୂମିକ୍ଷା ସାହୁ ସର୍ବାଧିକ ୭ଟି (୧୭,୧୮,୨୨,୩୫,୩୯,୪୪,୪୮) ଗୋଲ୍‌ ଦେଇଥିବାବେଳେ ସୋନମ ୬ଟି(୧୧,୧୩,୩୮,୫୩,୫୭,୫୮), ଗୁରମେଲ୍‌ କୌର ୪ଟି(୧୧,୧୨୨,୧୮,୫୦), ପ୍ରିୟଙ୍କା ୟାଦବ ୩ଟି(୧୪,୩୦,୪୫), ସୋନିଆ କୁମ୍ରେ ୨ଟି(୧୫,୫୪) ଏବଂ ଅଧିନାୟିକା ଯୋଗୀତା ବର୍ମା(୫୫), ସୋନିଆ ଦେବୀ(୫୯) ଓ ଥୌନାଜମ୍‌ ନିରୂପମା ଦେବୀ(୧୭) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ସେହିଭଳି କର୍ଣ୍ଣାଟକ ୧୩-୧ ଗୋଲ୍‌ରେ ଜାମ୍ମୁ ଓ କାଶ୍ମୀରକୁ ପରାସ୍ତ କରିଥିବାବେଳେ ଚଣ୍ଡିଗଡ଼ ୧୬-୦ ଗୋଲ୍‌ରେ ଗୁଜୁରାଟକୁ ଓ ମିଜୋରାମ ୧୨-୦ ଗୋଲ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe