ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ: ଶୋଭାଯାତ୍ରା ସମେତ ନାଚଗୀତରେ ଦୁଲୁକିଲା ସଭାସ୍ଥଳ

ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ: ଶୋଭାଯାତ୍ରା ସମେତ ନାଚଗୀତରେ ଦୁଲୁକିଲା ସଭାସ୍ଥଳ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗସ୍ଥିତ ଜାଗୁଳେଇ ପଡ଼ିଆରେ ମଙ୍ଗଳବାର ସଂସ୍କୃତି ସୂରକ୍ଷା ସମିତି, ଅସ୍ତରଙ୍ଗ ପକ୍ଷରୁ ଆନନ୍ଦ ଉଲ୍ଲାସରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ହୋଇଯାଇଛି|ଚାରିଆଡ଼େ ଝୋଟିଚିତ୍ର ସାଙ୍ଗକୁ ସଭାମଞ୍ଚରେ କୁନିକୁନି ପିଲାଙ୍କ ନୃତ୍ୟ, ସଂଗୀତ, ମହିଳାମାନଙ୍କ ପୁରାଣ ପାଠ, ହିନ୍ଦୁ ସଂସ୍କୃତି ଓ ପରମ୍ପରା ବିଷୟକ ଆଲୋଚନା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ସାଧୁସନ୍ଥଙ୍କୁ ନେଇ ଏକ ନାମ ସଂକୀର୍ତ୍ତନ ସହ ତାରିଣୀ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ସଭାସ୍ଥଳରେ ପହଞ୍ଚିଥିଲା। ସେପଟେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତା ଶୋଭାଯାତ୍ରାରେ ଆସି ପହଞ୍ଚିବାରୁ ସଭାସ୍ଥଳ ଲୋକାରଣ୍ୟ ହୋଇଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଭାରତ ମାତା ଉଦେଶ୍ୟରେ ପ୍ରଦୀପ ପ୍ରଜ୍ୱଳନ, ଓଁ କାର ନାଦ, ଅସ୍ତରଙ୍ଗ ନୋଡାଲ ସ୍କୁଲ ଛାତ୍ରୀଙ୍କ ଦ୍ୱାରା ଭାରତ ମାତା ଉଦେଶ୍ୟରେ ବନ୍ଦନା, ସ୍ୱାଗତଗୀତିକା, ରାମଲାଲାଙ୍କ ଉଦେଶ୍ୟରେ ସୁନ୍ଦର ନୃତ୍ୟ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

publive-image

ଆୟୋଜିତ କାର୍ଯ୍ୟକ୍ରମରେ ସୂରକ୍ଷା ସମିତିର ସଭାପତି କାଳିନ୍ଦୀ ଚରଣ ଛାଟୋଇ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ ସେବିକା ସମିତି ପ୍ରାନ୍ତ ବ୍ୟବସ୍ଥା, ପୁରୀ ପ୍ରମୁଖ ରଙ୍ଗଲତା ସାହୁ, ରାଷ୍ଟ୍ର ସେବିକା ସମିତି ଓଡିଶା ପ୍ରମୁଖ ସୁଚିତ୍ରା ମହାପାତ୍ର, ପୂଜ୍ୟ ପରମ ହଂସ ପ୍ରଜ୍ଞାନନ୍ଦଜି ମାଧବାନନ୍ଦ ମହାରାଜଜୀ, କ୍ରିୟାଯୋଗ ଆଶ୍ରମ ବାଲିଘାଇର ସନ୍ଥ ସେବକ କୃପା ପାତ୍ର, ଓଡ଼ିଶା ଗୋ ସେବା ସମିତିର ସତସଙ୍ଗ ପ୍ରମୁଖ ପ୍ରଚାର ପ୍ରସାରକ ସ୍ୱାମୀଜୀ କୃଷ୍ନାନନ୍ଦ ଗିରି, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ମହାନ୍ତି, ଅକ୍ଷୟ ପରିଡା, ସୁରକ୍ଷା ସମିତିର ସମ୍ପାଦକ ତଥା ଦିଲ୍ଲୀରେ କାର୍ଯ୍ୟରତ ବୈଜ୍ଞାନିକ ଶଙ୍କର ଜେନା ଓ ମୁଖ୍ୟ ସଂଯୋଜକ ମାନସ ରାଉତ ଯୋଗଦେଇଥିଲେ। ଅସ୍ତରଙ୍ଗ ବ୍ଲକର ୧୫ଟି ପଞ୍ଚାୟତରୁ ଶତାଧିକ ମହିଳା ଆସି କାର୍ଯ୍ୟକ୍ରମରେ ଯୋଗଦେଇ ନାଚଗୀତ ଓ ଭଜନ କୀର୍ତ୍ତନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe