ଜନଜାତି ଜାତୀୟ କମିସନ ଉପାଧ୍ୟକ୍ଷଙ୍କୁ ବିଜେପି ତରଫରୁ ଦାବିପତ୍ର

Advertisment
ଜନଜାତି ଜାତୀୟ କମିସନ ଉପାଧ୍ୟକ୍ଷଙ୍କୁ ବିଜେପି ତରଫରୁ ଦାବିପତ୍ର

ରାୟଗଡ଼ା: କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ଜାତୀୟ କମିସନ ଉପାଧ୍ୟକ୍ଷଙ୍କୁ ଭେଟି ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରହିଥିବା ମା’ଗୃହରେ କାର୍ଯ୍ୟରତ ଲକ୍ଷ୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହତ୍ୟାକାରୀ ଗିରଫ ହୋଇପାରିଲା ନାହିଁ। ଏପରିକି ଲକ୍ଷ୍ମୀଙ୍କର ଶବ ବ୍ୟବଛେଦ ରିପୋର୍ଟ ମଧ୍ୟ ବାପା ବେଲଧର ମାଝିଙ୍କୁ ପ୍ରଦାନ କରାଗଲା ନାହିଁ। ଆଜି ବି ଏହି ହତ୍ୟା କାଣ୍ଡର ପର୍ଦ୍ଦା ହଟିପାରିଲା ନାହିଁ।

ଏନେଇ ବିଜେପି ଜିଲ୍ଲା ସଂଗଠନ, ଯୁବ ସଂଗଠନ ଓ ମହିଳା ସଂଗଠନ ପକ୍ଷରୁ ଚନ୍ଦ୍ରପୁର ଓ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଥିଲା। ଆଦିବାସୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ କିପରି ଏହାର ତଦନ୍ତ ଶୀଘ୍ର ହୋଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ଦାବି କରାଯାଇଥିଲା। ପରିବାର ଝିଅକୁ ହରାଇ ଏବେ ଚିନ୍ତାରେ ପଡିଥିବା ବେଳେ ନ୍ୟାୟକୁ ଆଶା ବାନ୍ଧି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe