ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଂଗୀତ ଉତ୍ସବ ଉଦ୍‌ଘାଟିତ 

Advertisment

କଳାହାଣ୍ଡିର ଲୋକ ସଂସ୍କୃତି ଓ ପରମ୍ପରା ସାରା ବିଶ୍ୱରେ ନିଆରା: ମନ୍ତ୍ରୀ ଦିବ୍ୟଶଙ୍କର

କଳାହାଣ୍ଡିର ଲୋକ ସଂସ୍କୃତି ଓ ପରମ୍ପରା ସାରା ବିଶ୍ୱରେ ନିଆରା: ମନ୍ତ୍ରୀ ଦିବ୍ୟଶଙ୍କର

ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଂଗୀତ ଉତ୍ସବ ଉଦ୍‌ଘାଟିତ 

ଭବାନୀପାଟଣା / ଜୁନାଗଡ଼  : କଳାହାଣ୍ଡିର ଆଦିବାସୀ ସଂସ୍କୃତି ଓ ପରମ୍ପରା ସାରା ବିଶ୍ୱରେ ନିଆରା । କଳାହାଣ୍ଡିର ବଜାଶାଲ ରାଜପଥରେ ସଧାରଣତନ୍ତ୍ର ଦିବସ ଅବସରରେ ପ୍ରଦର୍ଶନ କରି ଜିଲ୍ଲାର ଲୋକ ନୃତ୍ୟକୁ ସ୍ବୀକୃତି ମିଳିଛି। ରାଜ୍ୟରେ ପ୍ରଥମ ଥର ପାଇଁ ଜୁନାଗଡ଼ରେ ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଅନୁଷ୍ଠିତ ହେବା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛି ବୋଲି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି ।

ଭାରତ ସରକାରଙ୍କ ସଂସ୍କୃତି ବିଭାଗର କୋଲକତା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆୟୋଜିତ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ୱାରା କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରସ୍ଥିତ ହାଇସ୍କୁଲ ପଡ଼ିଆରେ ତିନି ଦିନିଆ ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି । ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ମିଶ୍ର, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ସୁଶାନ୍ତ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ପରେ ଆସାମର କାକଳି ହଜାରିକା ଓ ସାଥୀଙ୍କ ଦ୍ୱାରା ଭୋରତାଲ ନୃତ୍ୟ, ଝାଡ଼ଖଣ୍ଡର ଦିଲଦାର ଅନସାରୀଙ୍କ ଖରସୁଆଁ ଛଉ ନୃତ୍ୟ, ପଶ୍ଚିମବଙ୍ଗର ବୋଲପୁର ଚତୁରଙ୍ଗ ଓ ସାଥୀଙ୍କ ଦ୍ବାରା ରେବେନ୍ସ ନୃତ୍ୟ, ଓଡ଼ିଶା ଭଦ୍ରକର ବଂଶୀ ବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦର ମୋଗଲ ତାମସା ଓ କୋରାପୁଟ କୁଳମଣି ଜେନା ଓ ସାଥୀଙ୍କ ଦୁରୁଆ ନାଚ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସଙ୍ଗୀତ ନାଟକ ଏକାଡେମିର ସେକ୍ସନ ଅଫିସର ମମତା ପତ୍ର, ବରିଷ୍ଠ ସହାୟକ ଦେବେନ୍ଦ୍ର ମହାପାତ୍ର, ଜୁନାଗଡ଼ ପୂର୍ବତନ ନଗରପାଳ ମହେଶ ସାହୁ, ଅଶୋକ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ ମିଶ୍ର, ବାପି ରାଉତ, ଦୁର୍ଗା ପ୍ରସାଦ ନାଏକ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ୍ୟା ବିଜୟଲକ୍ଷ୍ମୀ କନ୍ଦପାନ, କଲ୍ୟାଣୀ ନାଏକ ସମେତ ଆୟୋଜକ କମିଟିର କର୍ମକର୍ତା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe