ବିଧବା ବୋହୂର ଦ୍ବିତୀୟ ବିବାହ କରାଇ ଉଦାହରଣ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

Advertisment
ବିଧବା ବୋହୂର ଦ୍ବିତୀୟ ବିବାହ କରାଇ ଉଦାହରଣ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଭୁବନେଶ୍ବର: ଅମିତାଭ ବଚ୍ଚନଙ୍କ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ‘ବାବୁଲ୍‌’ ତ ଆପଣ ଦେଖିଥିବେ। ବିଗ୍‌ ବିଙ୍କ ପୁଅ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସଲ୍‌ମାନ ଖାନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ବୋହୂ ଚରିତ୍ର ନିଭାଇଥିବା ରାଣୀ ମୁଖାର୍ଜୀଙ୍କର ଦ୍ବିତୀୟ ବିବାହ କରାଇ ସେ ପାଲଟନ୍ତି ପ୍ରଶଂସାର ପାତ୍ର। ସେହିପରି ଏକ ଘଟଣା ବାସ୍ତବ ଜୀବନରେ ବି ଘଟିଛି। ପୁଅ ସମ୍ବିତ ନନ୍ଦଙ୍କ ମୃତ୍ୟୁ ପରେ ବିଧବା ବୋହୂ ମଧୁସ୍ମିତାଙ୍କର ଦ୍ବିତୀୟ ବିବାହ କରାଇ ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ।

ସେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ଜାତୀୟ କନ୍ୟା ଦିବସ ଅବସରରେ ନିଜ ବୋହୂର ଦ୍ଵିତୀୟ ବିବାହ କରାଇ ପ୍ରଶଂସାର ପାତ୍ର ସାଜିଛନ୍ତି ନବୀନ। ହିନ୍ଦୁ ରୀତିନୀତିରୁ ଆଗକୁ ଯାଇ ସେ ତା‌ଙ୍କ ବିଧବା ବୋହୂଙ୍କ ଭବିଷ୍ୟତ କଥା ଚିନ୍ତା କରିଥିବାରୁ ଦିନଟି ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରର ନୂଆପଲ୍ଲୀସ୍ଥିତ ଲକ୍ଷ୍ମୀ ମନ୍ଦିର ପରିସରରେ ଅତି ନିରଡ଼ମ୍ବର ଭାବେ ଏହି ବିବାହର ଅୟୋଜନ ହୋଇଥିଲା। ମଧୁସ୍ମିତାଙ୍କ ବିବାହ ବାଲେଶ୍ବରର ରେମୁଣା ନିବାସୀ ସ୍ବର୍ଗତଃ କିଶୋର ଚନ୍ଦ୍ର ପତିଙ୍କ ଏକମାତ୍ର ପୁତ୍ର ଶିବ ଚନ୍ଦନଙ୍କ ସହ ହୋଇଛି।

ବିବାହ ଉତ୍ସବରେ ନବୀନ ନନ୍ଦଙ୍କ ପତ୍ନୀ ରଞ୍ଜିତା, ବୋହୂ ମଧୁସ୍ମିତାଙ୍କ ବାପା, ମଧୁସ୍ମିତାଙ୍କ ୨ ଭାଇ ସୌମ୍ୟରଞ୍ଜନ ଓ ରଶ୍ମିରଞ୍ଜନ ଉପସ୍ଥିତ ଥିଲେ। ମଧୁସ୍ମିତାଙ୍କ ବାପା ନୀଳମଣି ପଣ୍ଡାଙ୍କ ସମ୍ମତିକ୍ରମେ ଏହି ବିବାହ ସଂପନ୍ନ ହୋଇଛି।

ଉ‌ଲ୍ଲେଖଯୋଗ୍ୟ, ୨୦୨୧ ମସିହା ମେ ମାସରେ କରୋନାରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe