ଜନ୍ମମାଟି କଟକରେ ରୋଡ ସୋ’ କଲେ ନବୀନ

Advertisment
ଜନ୍ମମାଟି କଟକରେ ରୋଡ ସୋ’ କଲେ ନବୀନ

ଭୁବନେଶ୍ୱର: ନିଜ ଜନ୍ମମାଟିରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କଟକ ସହରରେ ଜନ୍ମିତ ନବୀନ ହଜାର ବର୍ଷର ନଗରରେ ରୋଡ ସୋ’ କରିଛନ୍ତି। ନବୀନଙ୍କୁ ଦେଖିବା ଲାଗି ସହରର ବିଭିନ୍ନ ଛକରେ ଭିଡ ଦେଖିବାକୁ ମିଳିଛି। ଅପରାହ୍ନ ୪.୩୦ରେ ଆରମ୍ଭ ହୋଇଛି ରୋଡ ସୋ’। ଉଭୟ ବସର ଛାତ ଉପରୁ ଏବଂ ବସ୍‌ ଭିତରୁ ନବୀନ ଉପସ୍ଥିତ ଲୋକଙ୍କୁ ସମ୍ଭୋଧନ କରୁଥିବା ଦେଖିବାକୁ ମିଳିଛି।

ନବୀନଙ୍କ ଆଜି କଟକ-ବାରବାଟୀ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, କଟକ-ଚୌଦ୍ୱାର ପ୍ରାର୍ଥୀ ସୌଭିକ ବିଶ୍ୱାଳ, କଟକ-ସଦର ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା, ଜୟଦେବ ପ୍ରାର୍ଥୀ ଅରବିନ୍ଦ ଢ଼ାଲି ଓ ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଲାଗି ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି।

publive-image

ଏହାପୂର୍ବରୁ ବିଜେଡି ସୁପ୍ରିମୋ ମୟୁରଭଞ୍ଜ କରଞ୍ଜିଆ, କେନ୍ଦୁଝର ଜିଲ୍ଲାର ପାଟଣା, ତେଲକୋଇ, ଘଷିପୂରା ଓ ଆନନ୍ଦପୁରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି।

publive-image

କେନ୍ଦୁଝରରେ ନିର୍ବାଚନ ପ୍ରଚାର ସାରି ନବୀନ ନରାଜ ହେଲିପ୍ୟାଡରେ ଓହ୍ଲାଇ ଥିଲେ। ଏହାପରେ ହାଇଟେକ ବସ୍‌ରେ କଟକ ଯାଇଛନ୍ତି। କଟକର ସିଡିଏ, ସତୀଚଉରା ଦେଇ ଚଣ୍ଡୀଛକ ଯିବେ। ମୁଖ୍ୟମନ୍ତ୍ରୀଙ୍କର ଚଣ୍ଡୀମନ୍ଦିରରେ ଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ରହିଛି। ମା’ ଚଣ୍ଡୀଙ୍କ ଦର୍ଶନ ପରେ ସେ ବକ୍ସି ବଜାର ବାରବାଟି ଷ୍ଟାଡିୟମ ଓ ରିଙ୍ଗରୋଡ ଦେଇ ଭୁବନେଶ୍ୱର ଯିବେ। ତେବେ ରୋଡ ସୋ’ ସମୟରେ ଯେଉଁ ସ୍ଥାନରେ ଅଧିକ ଜନସମାଗମ ହୋଇଛି ସେଠାରେ ଲୋକଙ୍କୁ ଭେଟି ଆପଣମାନେ ଖୁସି ତ, ମୁଁ ବି ଖୁସି ବୋଲି କହିଥିଲେ ନବୀନ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe