କାଳିଆ ଯୋଜନାରେ ଚାଷୀମାନେ ସୁବିଧା ପାଇଛନ୍ତି, ଆମ ଏଜେଣ୍ଡାରେ ଚାଷୀ ଏକ ନମ୍ବର: ନବୀନ

Advertisment

ନବୀନ କହିଲେ- ସରକାରକୁ ଆସିଲେ ପ୍ରଥମ ଦିନରେ କାଳିଆ ଟଙ୍କା ଦେବି

ନବୀନ କହିଲେ- ସରକାରକୁ ଆସିଲେ ପ୍ରଥମ ଦିନରେ କାଳିଆ ଟଙ୍କା ଦେବି

କାଳିଆ ଯୋଜନାରେ ଚାଷୀମାନେ ସୁବିଧା ପାଇଛନ୍ତି, ଆମ ଏଜେଣ୍ଡାରେ ଚାଷୀ ଏକ ନମ୍ବର: ନବୀନ

ଜୟପୁର: ଚାଷ ଓ ଚାଷୀର ଉନ୍ନତି ପାଇଁ ବିଜୁ ଜନତା ଦଳ ନେତୃତ୍ୱରେ ପରିଚାଳିତ ସରକାର କାମ କରୁଛି। ଆମ ଏଜେଣ୍ଡାରେ ଚାଷୀ ଏକ ନମ୍ବର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜୟପୁର ଷ୍ଟାଡିୟମରେ ନିର୍ବାଚନୀ ସଭାରେ ଯୋଗଦେଇ ଗୁରୁବାର ନବୀନ କହିଛନ୍ତି, ବିଜେଡି ଇସ୍ତାହାରରେ ଚାଷୀଙ୍କ ଉନ୍ନତି ପ୍ରସଙ୍ଗ ପ୍ରଥମ।

publive-image

ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ନବୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଓଡ଼ିଶାରେ ଯେତେବେଳେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଘଟେ, ସେହି ସମୟରେ କେନ୍ଦ୍ରର ବଡ଼ ବଡ଼ ନେତାମାନଙ୍କର ଦେଖା ନଥାଏ। ଏବେ ନିର୍ବାଚନ ସମୟରେ ଆସି କୁମ୍ଭୀର କାନ୍ଦଣା କରୁଛନ୍ତି।

publive-image

ଅନୁସୂଚିତ ଜାତି/ଜନଜାତିଙ୍କ ଛାତ୍ରବୃତ୍ତି କେନ୍ଦ୍ର ସରକାର କାଟିଛନ୍ତି। ଆଦିବାସୀ ଓ ଗରିବଙ୍କ ପ୍ରତି କେନ୍ଦ୍ରର ଦରଦ ନାହିଁ। ନବୀନ କହିଛନ୍ତି, ଆପଣମାନଙ୍କ ଖୁସିରେ ମୋର ଖୁସି। କାଳିଆ ଯୋଜନାରେ ଚାଷୀମାନେ ସୁବିଧା ପାଇଛନ୍ତି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଆପଣମାନେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଆନ୍ତୁ। ନବୀନ କହିଛନ୍ତି, ସରକାର ଗଠନର ପ୍ରଥମ ଦିନରେ ଲୋକଙ୍କୁ କାଳିଆ ଯୋଜନାରେ ଟଙ୍କା ଦିଆଯିବ। ପ୍ରାୟ ୨୫ ଲକ୍ଷ ଚାଷୀ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ପାଇବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe