ରାୟଗଡ଼ାରେ ନବୀନଙ୍କ ହାଇଟେକ୍‌ ପ୍ରଚାର, କହିଲେ- ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର

Advertisment
ରାୟଗଡ଼ାରେ ନବୀନଙ୍କ ହାଇଟେକ୍‌ ପ୍ରଚାର, କହିଲେ- ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର

ରାୟଗଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ହାଇଟେକ୍‌ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ରାଜ୍ୟର ବିକାଶ ପାଇଁ ବିଜେଡ଼ି ସରକାର କାମ କରୁଛି। ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛି। ଏଥିରେ ଏଯାଏଁ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ଆହୁରି ୨୦ ଲକ୍ଷ ଚାଷୀ ଉପକୃତ ହେବେ। ନିର୍ବାଚନରେ କ୍ଷମତାକୁ ଆସିଲେ ସରକାର ପ୍ରଥମ ଦିନରେ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦେବେ।

ନବୀନ ପାରଳାଖେମୁଣ୍ଡି ସାଧାରଣ ସଭାରେ କହିଛନ୍ତି, ଆମେ ଗରିବଙ୍କ ପାଇଁ ଆହାର ଯୋଜନା କରିଛୁ। ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଗାଉଛୁ। ଟଙ୍କିକିଆ ଚାଉଳ ଦେବାକୁ କେନ୍ଦ୍ର ମନାକଲା। ତିତ୍‌ଲି ବାତ୍ୟା ବେଳେ କେନ୍ଦ୍ର ଆଗ ଆନ୍ଧ୍ରକୁ ଗଲା।

publive-image

ସୂଚନାଯୋଗ୍ୟ ଦୁଇ ଦିନ ତଳେ ନବୀନ କୋରାପୁଟ ଜିଲ୍ଲାର ଜୟପୁର ଷ୍ଟାଡିୟମରେ ନିର୍ବାଚନୀ ସଭାରେ ଯୋଗଦେଇ କହିଥଲେ ଯେ, ବିଜେଡି ଇସ୍ତାହାରରେ ଚାଷୀଙ୍କ ଉନ୍ନତି ପ୍ରସଙ୍ଗ ପ୍ରଥମ। ଆପଣମାନଙ୍କ ଖୁସିରେ ମୋର ଖୁସି। କାଳିଆ ଯୋଜନାରେ ଚାଷୀମାନେ ସୁବିଧା ପାଇଛନ୍ତି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଆପଣମାନେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ।

publive-image

ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ନବୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିଲେ। ଓଡ଼ିଶାରେ ଯେତେବେଳେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଘଟେ, ସେହି ସମୟରେ କେନ୍ଦ୍ରର ବଡ଼ ବଡ଼ ନେତାମାନଙ୍କର ଦେଖା ନଥାଏ। ଏବେ ନିର୍ବାଚନ ସମୟରେ ଆସି କୁମ୍ଭୀର କାନ୍ଦଣା କରୁଛନ୍ତି। ନବୀନ ଆହୁରି ମଧ୍ୟ କହିଥିଲେ ଯେ, ଅନୁସୂଚିତ ଜାତି/ଜନଜାତିଙ୍କ ଛାତ୍ରବୃତ୍ତି କେନ୍ଦ୍ର ସରକାର କାଟିଛନ୍ତି। ଆଦିବାସୀ ଓ ଗରିବଙ୍କ ପ୍ରତି କେନ୍ଦ୍ରର ଦରଦ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe