ରୋଡ ସୋ’ ପରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ନବୀନ, ସର୍କିଟ ହାଉସ୍‌ରେ ରାତି ରହଣି ପରେ କାଲି ଯିବେ କୁଚିଣ୍ଡା

Advertisment
ଯାଜପୁର ଜିଲ୍ଲାରେ ନବୀନଙ୍କ ମାରାଥନ ପ୍ରଚାର: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ

File Photo

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାତି ପ୍ରାୟ ୧୦ଟାରେ ସମ୍ବଲପୁରରେ ରୋଡ ସୋ’ ଶେଷ କରି ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ମା’ ସମଲେଶ୍ୱରୀଙ୍କ ଠାରୁ ଆଶୀର୍ବାଦ ନେଇ ନେବା ପରେ ନବୀନ ସ୍ଥାନୀୟ ସର୍କିଟ ହାଉସ୍‌ରେ ରାତ୍ରିଯାପନ କରିବା ପାଇଁ ପହଂଚିଛନ୍ତି। ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନବୀନ ପ୍ରଚାର ଶେଷ କରିଥିବା ବେଳେ ସେ ରବିବାର କୁଚିଣ୍ଡା ଅଭିମୁଖେ ବାହାରିବେ। ସେଠାରେ ନବୀନଙ୍କ ଦଳୀୟ ସଭା ଅଛି।

ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ପହଂଚିବା ପରେ ବିଜେଡି ସୁପ୍ରିମୋ ହାଇଟେକ୍‌ ବସ୍‌ରେ ହୀରାକୁଦ ଅଭିମୁଖେ ପ୍ରଚାର ପାଇଁ ବାହାରିଥିଲେ। ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରେଇପାଲି, ଅଇଁଠାପାଲି ରେମେଡ ଦେଇ ନବୀନଙ୍କ ବସ୍‌ ହୀରାକୁଦ ନିକଟ ସନ୍ତୋଷୀ ମା’ ମନ୍ଦିର ଛକ ଦେଇ ବାହାରିଥିଲେ।

ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନ ଓ ବିଧାନସଭା ପ୍ରାର୍ଥୀ ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ପାଇଁ ନବୀନ ସମ୍ବଲପୁରରେ ହାଇଟେକ୍‌ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଲୋକଙ୍କ ନିକଟରେ ଅପିଲ କରିଥିଲେ।

ହୀରାକୁଦ ଅଂଚଳର ଷ୍ଟୋର ଛକ, ଭିଏସ୍‌ଏସ୍‌ କଲୋନି, ହୀରାକୁଦ ପୁଲିସ ଥାନା, ରେମେଡ, କିରବା ଛକ, ପାଣିଟାଙ୍କି, ପେଟ୍ରୋଲ ପମ୍ପ ଛକ ଓ ଗୋପବନ୍ଧୁ ଛକରେ ନବୀନ ପଟ୍ଟନାୟକ ରୋଡ ସୋ’ କରିବା ପରେ ରାତିରେ ସମ୍ବଲପୁର ସହର ଭିତରେ ରୋଡ ସୋ’ କରିଥିଲେ। ସମ୍ବଲପୁର ସହରରେ ନବୀନଙ୍କ ସୋ’ କ୍ଷେତରାଜପୁର ଠାରୁ ଆରମ୍ଭ ହୋଇ ଅଗ୍ରସେନ ଛକ, ରେଳଷ୍ଟେସନ, ବିଗ୍‌ ବଜାର, ମୋଦିପଡ଼ା ଛକ, ଜିଲ୍ଲା ସଦର ହସ୍ପିଟାଲ ଛକ, ବୁଢାରଜା, ଆଦର୍ଶ ମାର୍ଗ, ସିନ୍ଦୁରପଂକ ଛକ, ଧନୁପାଲି ଛକ, ଗୋବିନ୍ଦତୋଲା ଛକ ଦେଇ ଚାରବାଟୀ ଛକରେ ପହଂଚି ଥିଲା। ଏଠାରୁ ଜେଲ ଛକ, ଭୂତାପଡ଼ା ଛକ ଦେଇ ଜେଲ ପଛ ପଟ ରାସ୍ତା, ରିଙ୍ଗରୋଡ ଦେଇ ନବୀନଙ୍କ ସୋ’ ସମଲେଶ୍ୱରୀ ମନ୍ଦିରକୁ ପହଂଚି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe